ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୟା ନଦୀ ଶାଖା ରାଜୁଆ ନଦୀର ବନ୍ୟା ପାଣିରେ ୫ ଦିନ ହେବ ଉବୁଟୁବୁ ହେଉଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଳ। ଗାଁ ଦାଣ୍ଡରେ ଲହରୀ ଭାଙ୍ଗୁଛି ବନ୍ୟାଜଳ। ଫଳରେ ଶତାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ହୀରାକୁଦ ଗେଟ୍‌ ଖୋଲିବା ଦ୍ୱାରା ରାଜୁଆ ନଦୀରେ ହଠାତ୍‌ ଜଳସ୍ତର ବୃଦ୍ଧି ପାଇଛି। ଘରେ ଘରେ ବନ୍ୟା ପାଣି ପଶିଛି। କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ପାଣି ଚାଲୁଛି।  ଲୋକମାନେ ଯିବା ଆସିବା ପାଇଁ ଗାଁ ଦାଣ୍ଡରେ ଡଙ୍ଗା ଚଲାଉଛନ୍ତି।

ସ୍କୁଲ କଲେଜ ଯିବାକୁ ପିଲାମାନେ ନାହିଁ ନଥିବା ଅସୁବିଧା ହଇରାଣ ହେଉଛନ୍ତି। ଲୋକଙ୍କୁ ତୁରନ୍ତ ସହାୟତା ଦେବାକୁ ପ୍ରଶାସନ ପାଖରେ ଦାବି କରାଯାଇଛି।

Comment