ଓଡ଼ିଶାଲାଇଭ ବ୍ୟୁରୋ

ପିଡବ୍ଲୁଏଫ ବ୍ୟାଡମିଣ୍ଟନ ଚ୍ୟାମ୍ପିୟନସିପ୍‌ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁଙ୍କ ଖେଳ କ୍ୟାରିୟର।

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ଇତିହାସ ରଚିଛନ୍ତି ପି.ଭି.ସିନ୍ଧୁ। ପ୍ରଥମ ଭାରତୀୟ ଭାବେ ସେ ଏହି ଗୌରବ ହାସଲ କରିଛନ୍ତି। ବିଶ୍ୱ ଚାମ୍ପିୟନସିପ ଫାଇନାଲରେ ଜାପାନର ନୋଜମି ଓକୁହାରାଙ୍କୁ ହରାଇ ସେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବରୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତରୁ କେହି ବି ଏହି ପଦକ ହାସଲ କରିନଥିଲେ।

ଭାରତର ଏହି ବ୍ୟାଡମିଣ୍ଟନ ତାରକାଙ୍କ ପୂରାନାମ ହେଉଛି ପୁସରଲା ଭେଙ୍କଟ ସିନ୍ଧୁ। ତାଙ୍କର ଜନ୍ମ ୧୯୯୫ ମସିହା ଜୁଲାଇ ୫ ତାରିଖରେ ଆନ୍ଧ୍ରପ୍ରଦେଶରେ ହୋଇଥିଲା। ସିନ୍ଧୁଙ୍କ ପିତା ହେଉଛନ୍ତି ପି.ବି.ରମଣ ଓ ମାତା ପି ବିଜୟା। ତାଙ୍କ ମାତା ପିତା ଉଭୟ ଜାତୀୟ ସ୍ତରର ଭଲିବଲ୍‌ ଖେଳାଳି। ତାଙ୍କ ବାପା ଭାରତୀୟ ଭଲିବଲ ଦଳର ସଦସ୍ୟ ଥିଲେ। ତାଙ୍କୁ ୨୦୦୦ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଖେଳ କ୍ୟାରିୟର

୨୦୦୧ରେ ଅଲ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପର ବିଜେତା ପୁଲେଲା ଗୋପିଚାନ୍ଦଙ୍କଠାରୁ ପ୍ରେରଣା ପାଇବା ସହ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ସିନ୍ଧୁ ବ୍ୟାଡମିଣ୍ଟନଙ୍କୁ ନିଜର କ୍ୟାରିଅର ଭାବରେ ବାଛିଥିଲେ। ମାତ୍ର ୮ବର୍ଷ ବୟସରୁ ନିଜ ବ୍ୟାଡମିଣ୍ଟନ ଖେଳର ଯାତ୍ରା ଆରମ୍ଭ କରିଥିଲେ ପି.ଭି.ସିନ୍ଧୁ। ଏହାପରେ ପଞ୍ଚମ ସର୍ବ ଭାରତୀୟ ରାଙ୍କିଗ୍ ଚାମ୍ପିୟନସିପର ୧୦ବର୍ଷରୁ କମ ବୟସ ବର୍ଗରେ ଜିତି ସେ ସବୁଆଡେ ପରିଚିତ ହୋଇଥିଲେ। ସେ ଅମ୍ବୁଜା ସିମେଣ୍ଟ ପକ୍ଷରୁ ଅଲ୍ ଇଣ୍ଡିଆ ରାଙ୍କିଗ ମଧ୍ୟ ଜିତିଥିଲେ। ଏହାସହ ଆଇଓସି ଅଖିଳ ଭାରତୀୟ ରାଙ୍ଗିଗରେ ୧୩ବର୍ଷରୁ କମ୍ ଶ୍ରେଣୀରେ ସେ କୃଷ୍ଣା ଖେତାନ ଅଲଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ସହ ସବ ଜୁନିଅର ବିଭାଗରେ ପୁଣେରୁ ଅଖିଳ ଭାରତୀୟ ରାଙ୍ଗିଗ୍ ଜିତିଥିଲେ। ସିନ୍ଧୁ ୧୪ବର୍ଷରୁ କମ ବୟସ ବିଭାଗରେ ଭାରତରେ ୫୧ତମ ରାଷ୍ଟ୍ରିୟ ସ୍କୁଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ସିନ୍ଧୁ ଅନ୍ତର୍ଜାତୀୟ କ୍ଷେତ୍ରରେ କଲୋମ୍ବାରେ ୨୦୦୯ ସବ-ଜୁନିଅର ବିଭାଗରେ ଏସିଆନ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ କାଂସ୍ୟ ପଦକ ଜିତିଥିଲେ। ଏହାପରେ ୨୦୧୦ରେ ସେ ଇରାନରେ ଆୟୋଜିତ ଫଜ୍ର ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ଚାଲେଞ୍ଜରେ ମହିଳା ସିଙ୍ଗଲସ୍‌ରେ ରପ୍ୟ ପଦକ ହାସଲ କରିଥିଲେ। ସିନ୍ଧୁ ୨୦୧୦ରେ ଉବେର କପରେ ଜାତୀୟ ଦଳରେ ସ୍ଥାନ ପାଇଥିଲେ।

୨୦୧୨ଜୁଲାଇ ୭ରେ ସିନ୍ଧୁ ୧୯ବର୍ଷରୁ କମ୍‌ ଏସିଆ ଯୁବ ଚାମ୍ପିୟନସିପ ଜିତିଥିଲେ। ସେହିବର୍ଷ ସେ ଚୀନରୁ ଲଣ୍ଡନ ଅଲମ୍ପିକ୍ସର ସ୍ୱର୍ଣ୍ଣ ପଦକ ହାସଲ କଲେ ଏବଂ ଲି ନିଙ୍ଗ୍ ଚୀନ ମାଷ୍ଟର୍ସ ସୁପର ସିରିଜ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିଲେ।  ଏଥିସହ ସେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପର ମହିଳା ସିଙ୍ଗଲସରେ ଭାରତର ପ୍ରଥମ ମେଡାଲିଷ୍ଟ ହୋଇଥିଲେ। ୨୦୧୪ରେ ସିନ୍ଧୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ରେ ଲଗାତାର ପଦକ ଜିତିଥିଲେ।  ୨୦୧୬ରେ ସେ ମାଲେସିଆରେ ସ୍କଟଲାଣ୍ଡରେ କ୍ରିଷ୍ଟି ଗିଲ୍ମରକୁ ହରାଇଥିଲେ। ଏହାସହ ସେ ୨୦୧୬ରେ ଗ୍ରୀଷ୍ମକାଳୀନ ଅଲମ୍ପିକ୍ସର ମହିଳା ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କରିଥିଲେ।

ସିନ୍ଧୁ ରିଓ ଅଲମ୍ପିକ୍ସରେ ମହିଳା ସିଙ୍ଗଲସରେ ଜାପାନର ନୋଜୋମି ଓକୁହାରାଙ୍କୁ ହରାଇ ସେ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ହାରିଯିବା ସହ ସେ ରୌପ୍ୟ ପଦକ ଜିତିଥିଲେ। ଏହାସହ ୨୦୧୭ରେ କୋରୋଲିନା ମାରିନଙ୍କୁ ହରାଇ ଇଣ୍ଡିଆ ଓପନ ସୁପର ସିରିଜ୍ ଜିତିଥିଲେ।

ସମ୍ମାନ

ପି.ଭି.ସିନ୍ଧୁଙ୍କୁ ୨୦୧୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୨୦୧୪ରେ ସେ ସିନ୍ଧୁଙ୍କୁ ଏନଡିଟିଭି ତରଫରୁ ‘ଇଣ୍ଡିଆନ୍ ଅଫ୍ ଦ ଇୟର’ ପୁରସ୍କାର ମିଳିଥିଲା। ସେହିଭଳି ୨୦୧୬ରେ ସେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ମଧ୍ୟ ଜିତିଥିଲେ।

Comment