ଓଡ଼ିଶାଲାଇଭ ବ୍ୟୁରୋ

ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଉତ୍ତରପ୍ରଦେଶର ଶାହାଜାହାନପୁରରେ ଦୁଇଟି ଅଟୋ ଉପରେ ଏକ ଟ୍ରକ ମାଡ଼ିଯାଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶାହାଜାହାନପୁର ନିକଟରେ ଏକ ମାଲ୍‌ ବୋଝେଇ ଟ୍ରକ ଦୁଇଟି ଅଟୋ ଉପରେ ଓଲଟି ପଡ଼ିଛି। ଅଟୋରେ ଯାତ୍ରା କରିଥିବା ୧୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଓ ଦମକାଳବାହୀନି ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତରମାନଙ୍କୁ ସଠିକ୍‌ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comment