ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଧାରା ୩୭୦ ଉଚ୍ଛେଦକୁ ନେଇ ଦେଶବାସୀଙ୍କୁ ସଚେତନ କରିବ ବିଜେପି 

ଧାରା ୩୭୦ ଉଚ୍ଛେଦ ବିଷୟରେ ଦେଶବାସୀଙ୍କୁ ଅବଗତ ଓ ସଚେତନ କରିବ ବିଜେପି। କାହିଁକି ଏହି ଧାରାକୁ ଉଚ୍ଛେଦ କରାଗଲା ବିଜେପି ନେତାମାନେ ତାହା ବଖାଣିବେ। ଏନେଇ ଆସନ୍ତା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଦଳ ପକ୍ଷରୁ ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯିବ ବୋଲି ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୨୦୨୦ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ମହାପ୍ରଭୁଙ୍କର ସମସ୍ତ ବେଶ ମଧ୍ୟରୁ ନାଗାର୍ଜୁନ ବେଶ ଅନ୍ୟତମ। ମହାପ୍ରଭୁଙ୍କର ଏହି ବେଶ ଅତ୍ୟନ୍ତ ଦୁର୍ଲଭ। ଦୀର୍ଘ ବର୍ଷ ପରେ ଏହି ବେଶରେ ସଜ୍ଜିତ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ।

ଆଉ ଏକ ଲଘୁଚାପ – ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା

ଉତ୍ତର ପୂର୍ବ ବଙ୍ଗୋପସାଗରରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହି ଲଘୁଚାପ ପ୍ରଭାବରେ ବୁଧବାରଠାରୁ ରାଜ୍ୟରେ ବର୍ଷା ବଢିବାର ସମ୍ଭାବନା ରହିଛି। ଦୁଇ ତିନି ଧରି ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଅନୁମାନ କରାଯାଉଛି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ରବିନ୍ଦ୍ର ଜାଡେଜା କରିପାରନ୍ତି ଏହି ରେକର୍ଡ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଗୋଟିଏ ମ୍ୟାଚ ଭାରତ ଜିତି ସାରିଛି। ଆଉ ୨ଟି ଟେଷ୍ଟ ମ୍ୟାଚ ବାକି ଅଛି। ତେବେ ଏହି ଦୁଇଟି ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡ଼େଜା କରିପାରନ୍ତି ବୋଲିଂରେ ରେକର୍ଡ। ଆଉ ୬ ଓ୍ଵିକେଟ ହାସଲ କଲେ ସେ ୨୦୦ ଓ୍ଵିକେଟ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇବେ। ସେ ଦଶମ ଭାରତୀୟ ଭାବେ ଏବି ରେକର୍ଡ ହାସଲ କରିବେ।

କଶ୍ମୀର ପ୍ରସଙ୍ଗରେ ବାରମ୍ବାର ଝଟ୍‌କା ଖାଉଛି ପାକିସ୍ତାନ

କଶ୍ମୀର ପ୍ରସଙ୍ଗରେ ବାରମ୍ବାର ଝଟ୍‌କା ଖାଉଛି ପାକିସ୍ତାନ। କଶ୍ମୀରକୁ ନେଇ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତକୁ ଅପଦସ୍ତ କରିବା ପାଇଁ ଇମ୍ରାନ ସରକାର ଯେତେ ଉଦ୍ୟମ କଲେ ବି ତାହା ସଫଳ ହେଉନି। ଗୋଟିଏ ପରେ ଗୋଟିଏ ଝଟ୍‌କା ଖାଇ ଚାଲିଛି ପାକିସ୍ତାନ।

Comment