ଓଡ଼ିଶାଲାଇଭ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଗୋଟିଏ ମ୍ୟାଚ ଭାରତ ଜିତି ସାରିଛି। ଆଉ ୨ଟି ଟେଷ୍ଟ ମ୍ୟାଚ ବାକି ଅଛି। ତେବେ ଏହି ଦୁଇଟି ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡ଼େଜା କରିପାରନ୍ତି ବୋଲିଂରେ ରେକର୍ଡ। ଆଉ ୬ ଓ୍ଵିକେଟ ହାସଲ କଲେ ସେ ୨୦୦ ଓ୍ଵିକେଟ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇବେ। ସେ ଦଶମ ଭାରତୀୟ ଭାବେ ଏବି ରେକର୍ଡ ହାସଲ କରିବେ।

ବର୍ତ୍ତମାନ ସେ ୧୯୬ଟି ଓ୍ଵିକେଟ ହାସଲ କରିଛନ୍ତି। ଏହି ମାଇଲଷ୍ଟୋନକୁ ଛୁଇଁବାକୁ ହେଲେ ତାଙ୍କୁ ଆଉ ୬ଟି ଓ୍ଵିକେଟ ଦରକାର ଅଛି। ସେ ଅଶ୍ଵିନୀଙ୍କ ପରେ ଦ୍ରୁତତମ ୨୦୦ ଓ୍ଵିକେଟ ହାସଲକାରୀ ଦ୍ଵିତୀୟ ଭରତୀୟ ହୋଇ ପାରିବେ।

ବର୍ତ୍ତମାନ ସେ ଆଇସିସି ଟେଷ୍ଟ ବୋଲିଂ ରାଙ୍କର ପଞ୍ଚମ ସ୍ଥାନରେ ରହିଛନ୍ତି। ଯଦି ଏହି ଭଳି ପ୍ରଦର୍ଶନ ଜାରି ରଖନ୍ତି ତେବେ ସେ ଖୁବ୍‌ ଶୀଘ୍ର ପ୍ରଥମ ସ୍ଥାନ ହାସଲ କରିବାରେ ସଫଳ ହୋଇପାରିବେ। କେବଳ ଟେଷ୍ଟ ନୁହେଁ ଦିନିକିଆ ଓ ଟି-୨୦ରେ ମଧ୍ୟ ନିଜ ପତିଆରା ବଜାୟ ରଖିଛନ୍ତି ଜାଡେଜା।

Comment