ଓଡ଼ିଶାଲାଇଭ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ଭଂଜସେନା ଯୁବ ସଂଗଠନ ପକ୍ଷରୁ ବାରିପଦାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟସରକାର ରାଜ୍ୟରେ ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଥିବାରୁ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ କରିଥିଲେ ଭଂଜସେନାର ସଦସ୍ୟମାନେ।

ଏହି ଅବସରରେ ଭଂଜସେନାର କର୍ମୀମାନେ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ରାଜ୍ୟସରକାର ଏହି କଲେଜ ନିର୍ବାଚନକୁ ଯଦି ଯଥାଶୀଘ୍ର ଘୋଷଣା ନକରନ୍ତି ତେବେ ଅ।ଗାମୀ ଦିନରେ ଏହି ଛାତ୍ର ଅଶାନ୍ତି ରାଜ୍ୟବ୍ୟାପି ବୃଦ୍ଧିପାଇବ ବୋଲି ଭଂଜସେନା ପକ୍ଷରୁ ଚେତାବନୀ ଦିଆଯାଇଛି।

Comment