ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଆଇ ଜାଲରେ ରେଳବାଇ ସୁରକ୍ଷା ବାହିନୀ(ଆରପିଏଫ) ଇନ୍ସପେକ୍ଟର ଏବଂ କନଷ୍ଟେବଲ। ଲାଞ୍ଚ ନେଉଥିବା ବେଳେ ସବିଆଇ ଏହି ଦୁଇ ଅଫିସରଙ୍କୁ ଧରିଛି। ଏମାନେ ହେଲେ ଆରପିଏଫ ଇନ୍ସପେକ୍ଟର ଅମିତ କୁମାର ଏବଂ କନଷ୍ଟେବଲ ପ୍ରମୋଦ ମାର୍ଣ୍ଡି।

ମୟୂରଭଞ୍ଜ ଜିଲ୍ଲା ବାରିପଦା ରେଳ ଷ୍ଟେସନରେ କାର୍ଯ୍ୟରତ ରେଳବାଇ ସୁରକ୍ଷା ବାହିନୀ କ୍ୟାମ୍ପରେ ସିବିଆଇ ଚଢ଼ାଉ କରି ଦୁଇ ଆରପିଏଫ ଅଧିକାରୀଙ୍କୁ ଧରିଛନ୍ତି।

ରେଳବାଇ ଯାଗା ଉପରେ ଥିବା ଏକ ଢାବା ମାଲିକଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱରରୁ ଆସିଥିବା ସିବିଆଇ ଟିମ୍ ଏମାନଙ୍କୁ ଧରିଛି।

Comment