ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ଭିନ୍ନ ଭିନ୍ନ ଗଣେଶ ମନ୍ଦିର ରହିଛି। ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି। ସବୁ ମନ୍ଦିରଠୁ ସମ୍ପୂର୍ଣ୍ଣ ଭିନ୍ନ ମନ୍ଦିର ହେଉଛି ତ୍ରିନେତ୍ର ଗଣେଶ ରଣଥମ୍ବୋର ମନ୍ଦିର। ଏହି ମନ୍ଦିରରେ ରାଜସ୍ଥାନରେ ରହିଛି। ଏହା ଦେଶର ପ୍ରଥମ ଏକମାତ୍ର ମନ୍ଦିର ଯେଉଁଠି ତ୍ରିନେତ୍ର ଗଣେଶ ପୂଜା ପାଉଛନ୍ତି।

ଏହି ମନ୍ଦିରର ଦର୍ଶନ ପାଇଁ ଦେଶ ବିଦେଶରୁ ଲୋକ ଆସିଥାନ୍ତି। ଏହି ମନ୍ଦିର ୧ ହଜାର ବର୍ଷ ପୁରୁଣା ବୋଲି କୁହାଯାଉଛି।

ଏହି ମନ୍ଦିରରେ ଭଗବାନ ଗଣେଶଙ୍କ ପୂରା ପରିବାର ଅର୍ଥାତ ଦୁଇ ପତ୍ନୀ ରିଦ୍ଧି, ସିଦ୍ଧି, ଓ ଦୁଇ ପୁଅ ଶୁଭ ଓ ଲାଭଙ୍କ ସହ ଶୋଭା ପାଉଛନ୍ତି। ଏହି ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଉଛି ଯେ ଦେଶ ବ୍ୟାପି ଭକ୍ତ ଏହି ମନ୍ଦିରକୁ ଚିଠି ପଠାଇଥାନ୍ତି। କୌଣସି ବିବାହ କାର୍ଯ୍ୟ ହେଲେ ମଧ୍ୟ ଭକ୍ତ ନିମନ୍ତ୍ରଣ ପତ୍ର ପଠାଇଥାନ୍ତି। ପ୍ରତିଦିନ ଡାକ ଜରିଆରେ ଏହି ମନ୍ଦିରକୁ ଶହ ଶହ ଚିଠି ଆସି ପହଞ୍ଚିଥାଏ।

ସବୁଠୁ ଆଶ୍ଚର୍ଯ୍ୟ କଥା ଏହି ମନ୍ଦିରରେ ମାଙ୍କଡ଼ଙ୍କ ସଂଖ୍ୟା ଅଧିକ। ଯେତେବେଳେ ଭକ୍ତମାନେ ପୂଜା କରିବାକୁ ଯାଆନ୍ତି ଏହି ମାଙ୍କଡ଼ମାନେ ଚୁପ୍‌ ଚାପ୍‌ ବସି ଦେଖନ୍ତି। ଭକ୍ତ ପୂଜା କରି ଫେରିବା ପରେ ଏହି ମାଙ୍କଡ଼ମାନେ ପ୍ରସାଦ ମାଗିଥାନ୍ତି।

Comment