ଓଡ଼ିଶାଲାଇଭ୍ ବ୍ୟୁରୋ

ନିମ୍ବରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଥିବାରୁ ଅନେକ ରୋଗର ଚିକିତ୍ସା ପାଇଁ ତାକୁ ବ୍ୟବହାର କରାଯାଇଥାଏ।

ଚିକେନପକ୍ସ ହୋଇଥିଲେ ପାଣିରେ ନିମ୍ବ ପତ୍ର ପକାଇ ରୋଗୀଙ୍କୁ ଗାଧୋଇବାକୁ ପରାମର୍ଶ ଦିଆଯାଇଥାଏ। ରୋଗୀର ବିଛଣା ଚାରିପଟେ ମଧ୍ୟ ନିମ୍ବ ପତ୍ର ରଖାଯାଏ।

ମୁଖବ୍ରଣ ତଥା ଚର୍ମରୋଗ ପାଇଁ ନିମ୍ବପତ୍ର ଖୁବ୍ ଉପକାରୀ। ପ୍ରତିଦିନ ଖାଲିପେଟରେ ୩-୪ଟି ନିମ୍ବପତ୍ର ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ। ଚର୍ମରୋଗ ହେଉଥିଲେ ନିମ୍ବପତ୍ରକୁ ବାଟି ପ୍ରଭାବିତ ସ୍ଥାନରେ ଲଗାନ୍ତୁ।

ପେଟରେ ଅଲସର ହୋଇଥିଲେ ନିମ୍ବ ଗଛର ଛାଲିକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ନିମ୍ବଗଛର ଛାଲିର ୩୦-୬୦ ମିଲିଗ୍ରାମ ଅର୍କକୁ ସପ୍ତାହରେ ଦୁଇଥର ୧୦ ସପ୍ତାହ ପାଇଁ ବ୍ୟବହାର କରନ୍ତୁ। ହେଲେ ଏହାର ପ୍ରୟୋଗ କରିବା ପୂର୍ବରୁ ଅଭିଜ୍ଞ ଆୟୁର୍ବେଦିକ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ସେହିପରି ମ୍ୟାଲେରିଆ ଜ୍ୱର, ମଧୁମେହ ରୋଗୀ ଏବଂ ଦାନ୍ତରୋଗ ପାଇଁ ଏହା ସହାୟକ ହୁଏ।

Comment