ଓଡ଼ିଶାଲାଇଭ ବ୍ୟୁରୋ

ବାରମ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ଏବେ ଚର୍ଚ୍ଚାରେ କଂଗ୍ରେସ ସାଂସଦ ଶଶୀ ଥରୁର। ମୋଦୀ ପ୍ରତିଦିନ ଇଂରାଜୀ, ହିନ୍ଦୀ ବ୍ୟତୀତ ଆଉ ଏକ ଭାଷା ଶିଖିବାକୁ ପରାମର୍ଶ ଦେଇଛନ୍ତି। ତେବେ ମୋଦୀଙ୍କ ଏହି ଲାଙ୍ଗୁଏଜ୍‌ ଚ୍ୟାଲେଞ୍ଜକୁ ସ୍ଵିକାର କରି ଶଶି ଥରୁର୍‌ ପ୍ରତିଦିନ ଇଂରାଜୀ, ହିନ୍ଦୀ ଓ ମାଲାୟାଲାମ ଭାଷାରେ ଟୁଇଟ କରିବେ ବୋଲି କହିବା ସହ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

ଶଶି ଥରୁର୍‌ ଟୁଇଟ କରି କହିଛନ୍ତି,  “ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାଙ୍ଗୁଏଜ୍‌ ଚ୍ୟାଲେଞ୍ଜକୁ ସମର୍ଥନ କରି ପ୍ରତିଦିନ ଇଂରାଜୀ, ହିନ୍ଦୀ, ମଲାୟାଲମରେ ଗୋଟିଏ ଶବ୍ଦ ଟୁଇଟ କରିବି। ଅନ୍ୟ ଲୋକ ମଧ୍ୟ ଏହା କରି ପାରିବେ। ଆଜି ମୋର ପ୍ରଥମ ଶବ୍ଦ ହେଉଛି ‘ବହୁଳବାଦ’।”


ହୀନ୍ଦୁ ବହୁଳ ଦେଶରେ ଆଞ୍ଚଳିକ ଭାଷାକୁ ଗୁରୁତ୍ଵ ଦେଇଥିବାରୁ ସେ ମୋଦୀଙ୍କୁ ସମର୍ଥନ କରିଛନ୍ତି। ଏହାସହ ‘ବହୁଳବାଦ’କୁ ସେ ଇଂରାଜୀ, ହୀନ୍ଦି ଓ ମାଲାୟାଲାମ ଭାଷାରେ ଲେଖିଛନ୍ତି। ତେବେ ପ୍ରତିଦିନ ଏହା କରିବେ ବୋଲି କହିଛନ୍ତି। ଏହାସହ ମୋଦୀଙ୍କ ଏଭଳି ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି।

ତେବେ ନିକଟରେ ମଧ୍ୟ ମୋଦୀଙ୍କୁ ପ୍ରଶଂସା କରି ଚର୍ଚ୍ଚାରେ ଥିଲେ ଶଶି ଥରୁର୍‌। ଏଥିପାଇଁ କଂଗ୍ରେସ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ଏହାର ଜବାବରେ ସେ କହିଥିଲେ, “ଯେତେବେଳେ ସରକାର ଭଲ କାମ କରୁଛନ୍ତି ସେତେବେଳେ ତାଙ୍କୁ ପ୍ରଶଂସା କରିବା ଉଚିତ୍‌। ସବୁବେଳେ ବିରୋଧୀଙ୍କୁ କଟାକ୍ଷ କଲେ ଏହା ଦଳ ପ୍ରତି କ୍ଷତି ହୋଇ ପାରେ।”

Comment