ଓଡ଼ିଶାଲାଇଭ୍ ବ୍ୟୁରୋ

ଚାହା ଓ କଫି ପିଇବା ପରେ ଗୁଣ୍ଡକୁ ନ ଫୋପାଡ଼ି ନିଜ ବ୍ୟବହାରରେ ଲଗାଇ ପାରିବେ। ଚାହା ତଥା କଫି ପିଇବା ପରେ ବାହାରୁଥିବା ଗୁଣ୍ଡ ବା ଖଦାକୁ ଭଲ ଭାବେ ଧୋଇ ଖରାରେ ଶୁଖାଇ ବ୍ୟବହାର କରିପାରିବେ। ଏହାକୁ ତ୍ଵଚା ଉପଚାର ସହିତ କେତେକ ଘରୋଇ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବେ।

ତ୍ଵଚାକୁ ସ୍କ୍ରବିଂ କରିବା ପାଇଁ ବିୟୁଟି ପାର୍ଲର୍ ଯିବା ଆବଶ୍ୟକ ନାହିଁ। ଏଥିରୁ ବ୍ଲାକ୍ ହେଡ୍‌ସ, ବ୍ରଣ, ରିଙ୍କିଲ୍ସ, କଳାଦାଗ ଆଦି ତ୍ୱଚା ସମସ୍ୟା ଦୂର କରିହେବ। କଫି ଗୁଣ୍ଡ ବା ଖଦାରେ ଗୋଟିଏ ଚାମଚ ନଡ଼ିଆ ତେଲ ମିଶାଇ ମୁହଁରେ ଧୀରେ ଧୀରେ ମାଲିସ୍ କରନ୍ତୁ। ୧୦ ମିନିଟ୍ ମାଲିସ୍ କରିବା ପରେ ଫେସ୍ ଓ୍ଵାସ୍‌ରେ ଧୋଇଦିଅନ୍ତୁ।

ଲିପ୍ ସ୍କ୍ରବ୍ ଭଳି ବ୍ୟବହାର କରିବା ପାଇଁ କଫି ଗୁଣ୍ଡରେ ଟିକିଏ ନଡ଼ିଆ ତେଲ ଓ ମହୁ ମିଶାଇ ଓଠରେ ବ୍ୟବହାର କରନ୍ତୁ।

କଫି ଓ ଚାହା ଖଦା ଦୁର୍ଗନ୍ଧ ଦୂର କରିପାରେ। ଫ୍ରିଜ୍ ଭିତରେ ବହୁତ ଦିନ ଧରି ବାସି ଖାଦ୍ୟ ରହିଲେ ଫ୍ରିଜ୍‌ରୁ ଏକ ପ୍ରକାର ଦୁର୍ଗନ୍ଧ ଆସେ। ଏମିତିରେ ଫ୍ରିଜ୍‌ ଭିତରେ ଛୋଟ ଗିନାରେ କଫି କିମ୍ବା ଚାହା ଗୁଣ୍ଡକୁ ଫ୍ରିଜ୍‌ରେ ନେଇ ରଖିଦିଅନ୍ତୁ। ଦେଖିବେ ଦୁର୍ଗନ୍ଧ ଦୂର ହେବ।

ପାଦ ଦୁର୍ଗନ୍ଧ ପାଇଁ ଉଷୁମ ପାଣିରେ ଗୋଟିଏ ଚାମଚ ଚାହା ଖଦା ପକାଇ କିଛି ସମୟ ପାଦ ବୁଡ଼ାଇ ରଖନ୍ତୁ। ଦୁର୍ଗନ୍ଧ ଦୂର ହେବ।

ଅଧିକ ସମୟ ଖରାରେ ବୁଲିଲେ ସନ୍ ବର୍ଣ୍ଣ ହୋଇଯାଇଥାଏ। ତିନି କପ୍ ପାଣିରେ ଚାହା ଗୁଣ୍ଡ ପକାଇ ଭଲ ଭାବେ ଫୁଟାନ୍ତୁ। ପରେ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତୁ। ଚାହିଁଲେ ଏଥିରେ ଗୋଟିଏ ଟୋପା ବାଦାମ ଅଏଲ୍ ବି ପକାଇ ପାରିବେ। ପାଣି ଥଣ୍ଡା ହେବା ପରେ ତୁଳା କିମ୍ବା ଟାଓ୍ୱଲରେ ସନ୍ ବର୍ଣ୍ଣ ହୋଇଥିବା ଜାଗାରେ ଲଗାନ୍ତୁ। ଧୀରେଧୀରେ ସନ୍‌ବର୍ଣ୍ଣ ଦୂର ହୋଇଯିବ।

Comment