ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଶାସକ ବିଜେଡ଼ି ଦଳ ପକ୍ଷରୁ ସୋମବାର ଦିନଠାରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଏହି ଅଭିଯାନରେ ଦସ୍ତଖତ କରିଥିଲେ। ଖବର ଅନୁସାରେ ବିଜେଡ଼ି ପକ୍ଷରୁ ସମଗ୍ର ରାଜ୍ୟରେ ଏକ କୋଟି ସଭ୍ୟ ସଂଗ୍ରହ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।
ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇଥିବା ସଦସ୍ୟ ସଂଗ୍ରହ ଅଭିଯାନ ଦୁଇ ମାସ ଚାଲିବ ଓ ଅକ୍ଟୋବର ୩୧ ତାରିଖରେ ଶେଷ ହେବ।

ନିକଟରେ ବିଜେଡିର କାର୍ଯ୍ୟକାରୀ ସମିତିର ଏକ ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କି ଦଳର ସଭାପତି ଅଧ୍ୟକ୍ଷତା କରିଥିଲେ। ଏହି କମିଟିରେ ହିଁ ଦଳର ସଭ୍ୟ ସଂଗ୍ରହ ଅଭିଯାନର  ରୋଡ଼ମ୍ୟାପ ତିଆରି କରାଯାଇଥିଲା।
ବର୍ତ୍ତମାନ ବିଜେଡିର ୪୭ ଲକ୍ଷ ସଦସ୍ୟ ଅଛନ୍ତି।କାର୍ଯ୍ୟକରିଣୀରେ ନିଆ ଯାଇଥିବା ନିଷ୍ପତ୍ତି ଅନୁସାରେ ପ୍ରତି ୱାର୍ଡ଼ରେ ୪ ଜଣ ଦଳୀୟ କର୍ମୀ ରହିବେ। ଏନଏସିରେ ୫ ଜଣ ଓ ମୁନିସିପାଲିଟିରେ ୧୫ କର୍ମୀ ରହିବେ। ସେହିଭଳି ମୁନିସିପାଲ କର୍ପୋରେସନରେ ୪୦ ସକ୍ରିୟ କର୍ମୀଙ୍କୁ ନିୟୋଜିତ କରାଯିବ। ଏହି ସଂଗ୍ରହ ବେଳେ ସଦସ୍ୟଙ୍କ ଆଧାର କାର୍ଡ ସହିତ ସଭ୍ୟ ଫର୍ମକୁ ଯୋଡ଼ାଯିବ ଯାହା ଫଳରେ କି ଲୋକେ ବିଜେଡ଼ି ସରକାରର ସମସ୍ତ ପ୍ରକାର ସହାୟତା ଓ ସୁବିଧା ପାଇପାରିବେ। ଦଳ ପକ୍ଷରୁ ଏହି ନିଷ୍ପତ୍ତି ମଧ୍ୟ ନିଆଯାଇଛି ଯେ ଜିଲ୍ଲା ଓ ବ୍ଲକ ସ୍ତରରେ ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରାଯିବ।

ପୂର୍ବରୁ ଏହି କାର୍ଯ୍ୟକ୍ରମ ପାଇଁ ନବୀନ ବରିଷ୍ଠ ନେତାଙ୍କ ଏକ କମିଟି ଗଠନ କରିସାରିଛନ୍ତି।ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ,ପ୍ରତାପ ଦେବ,ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ ଏହାର ସଦସ୍ୟ ଅଛନ୍ତି।

Comment