ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ଟେଷ୍ଟ ବୋଲିଂ ରାଙ୍କର ତୃତୀୟ ନମ୍ଵର ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ପେସ ବୋଲର ଯଶପ୍ରିତ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତା ତୃତୀୟ ସ୍ଥାନରେ ବୁମ୍ରା। ସେ ଏହି ରାଙ୍କର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଟେଷ୍ଟ ବୋଲିଂ ଲିଷ୍ଟରେ କୌଣସି ବି ଭାରତୀୟ ବୋଲର ସ୍ଥାନ ପାଇନଥିଲେ। ଏହାସହ ୧୦ ନମ୍ଵର ସ୍ଥାନରେ ରହିଥିବା ରବିନ୍ଦ୍ର ଜାଡେଜା ଗୋଟିଏ ନମ୍ଵର ତଳକୁ ଖସି ୧୧ତମ ନମ୍ଵରରେ ପହଞ୍ଚିଛନ୍ତି।

ଚଳିତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ବୁମରା ତାଙ୍କ ଯାଦୁ ଦେଖାଇଛନ୍ତି। ପ୍ରଥମ ଟେଷ୍ଟର ଦ୍ଵିତୀୟ ଇଂନିସରେ ୫ଟି ଓ୍ଵିକେଟ ହାସଲ କରିଥିଲେ। ପରେ ଦ୍ଵିତୀୟ ଟେଷ୍ଟର ପ୍ରଥମ ଇଂନିସରେ ୬ଟି ଓ୍ଵିକେଟ ନେଇ ଓ୍ଵେଷ୍ଟଇଣ୍ଡିଜ ଦଳକୁ ଧରାଶାୟୀ କରିଥିଲେ। ଏହାସହ ଟେଷ୍ଟରେ ପ୍ରଥମଥର ହ୍ୟାଟ୍ରିକ ଓ୍ଵିକେଟ ନେଇ ଇତିହାସ ସୃଷ୍ଟି କରିଛନ୍ତି।

କେବଳ ଟେଷ୍ଟ ନୁହେଁ ଦିନିକିଆ ଓ ଟି-୨୦ରେ ମଧ୍ୟ ବୁମରା ନିଜ ଯାଦୁ ଦେଖାଇ ସାରିଛନ୍ତି। ଏହାସହ ସେ ଆଇସିସି ଦିନିକିଆରେ ୧ ନମ୍ଵର ବୋଲର ହୋଇ ପାରିଛନ୍ତି।

Comment