ଓଡ଼ିଶାଲାଇଭ୍ ବ୍ୟୁରୋ

ଲୁହା ଭାରାରୁ ମୁକୁଳିବ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିରକୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ୍‌ ବିମ୍‌ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ବିଶେଷଜ୍ଞ ଟିମ୍‌।

ଉତ୍ତରାଖଣ୍ଡ ରୁର୍କିସ୍ଥିତ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। ଏମାନଙ୍କ ସହ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଇଞ୍ଜିନିୟରିଂ ଟିମ୍‌ ମନ୍ଦିରର ବାହ୍ୟ ପାର୍ଶ୍ୱ ଓ ଗର୍ଭ ଗୃହର ସ୍ଥିତି ଯାଞ୍ଚ କରିଛନ୍ତି। ୨ ମାସ ମଧ୍ୟରେ କୋଣାର୍କ ମନ୍ଦିରରୁ ଲୁହାଭାରା ହଟାଇ ଷ୍ଟିଲ୍‌ ବିମ୍‌ ଦିଆଯିବ ବୋଲି କହିଛନ୍ତି।

କୋଣାର୍କ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ଦୀର୍ଘ ବର୍ଷ ହେଲା ଲୁହା ଭାରା ଦିଆଯାଇଥିଲା। ହେଲେ ଏଥିପାଇଁ କୋଣାର୍କ ତାର ସୌନ୍ଦର୍ଯ୍ୟ ହରାଉଥିଲା। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଲୁହା ଭାରା ହଟାଯିବ।

LEAVE A REPLY

Please enter your comment!
Please enter your name here