ଓଡ଼ିଶାଲାଇଭ ବ୍ୟୁରୋ

ଗଣେଶ ପୂଜା ପାଇଁ ସାରା ଦେଶ ଉତ୍ସବମୁଖର ହୋଇଉଠିଛ। ତେବେ ଗଣେଶ ପୂଜା ଅବସରରେ କର୍ଣ୍ଣାଟକର ବେଙ୍ଗାଳୁରୁଠାରେ ଉତ୍କଳ ଯୁବ ସଂଘ ଦ୍ୱାରା ଷ୍ଟାର ନାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଯୋଗ ଦେଇଥିଲେ।

ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଜୟନ୍ତ କୁମାର ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ପ୍ରଦୀପପ୍ରଜ୍ଵଳନ କରିଥିଲେ। ବିଧାୟକ ବାହିନିପତିଙ୍କ ନାଚ ଓ ଗୀତରେ ବେଙ୍ଗାଳୁରୁରେ ରହୁଥିବା ଓଡିଆ ଲୋକମାନେ  ବହୁତ ଉତ୍ସାହିତ ହୋଇଥିଲେ। ଏହି ରାଙ୍ଗାରଙ୍ଗ କାଯ୍ୟକ୍ରମରେ  ହଜାର ହଜାର ଓଡ଼ିଆ ଲୋକ ଉପସ୍ଥିତ ରହିଥିଲେ।

Comment