ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ମଙ୍ଗଳବାର ତାର ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରଙ୍କ ସହ ୧୦ଜଣ ପ୍ୟାନେଲିଷ୍ଟଙ୍କ ନାଁ ଘୋଷଣା କରିଛି। ଏଥିରେ ଦଳ ସାଂସଦ ସସ୍ମିତ ପାତ୍ରଙ୍କୁ ଦଳର ମିଡ଼ିଆ ସଂଯୋଜକ ଓ ମୁଖପାତ୍ର ଦାୟିତ୍ୱ ପ୍ରଦାନ କରିଛି। ପୂର୍ବରୁ ମଧ୍ୟ ସସ୍ମିତ ମୁଖପାତ୍ର ଭାବରେ ଦଳରେ ରହିଆସିଥିଲେ।

ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରଶାନ୍ତ ନନ୍ଦ, ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ବ୍ୟୋମୋକେଶ ରାୟ, ସୁବାସ ଚୌହାନ, ସୁବାସ ସିଂ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଲେନିନ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧାମିଶ୍ର, ଭରଦ୍ୱାଜ ମିଶ୍ର ମୁଖପାତ୍ର ନିଯୁକ୍ତ ହୋଇଛନ୍ତି।

ସେହିପରି ଜାତୀୟ ମୁଖପାତ୍ର ଭାବରେ ସାଂସଦ ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଅମର ପଟ୍ଟନାୟକଙ୍କୁ ନିଯୁକ୍ତ କରିଛି ଦଳ। ଏମାନେ ଜାତୀୟ ସ୍ତରରେ ଦଳର ମୁଖପାତ୍ର ରହିବେ।

ଏହାସହ ବିଜେଡି ୧୦ଜଣ ପ୍ୟାନେଲିଷ୍ଟଙ୍କ ନାଁ ମଧ୍ୟ ଘୋଷଣା କରିଛି। ସେମାନେ ହେଲେ ମିହିର ମହାନ୍ତି, ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ସଞ୍ଜୟ ବାବୋ, ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାଶ, ଓମ ପ୍ରକାଶ ସାହୁ।

Comment