ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାତୀ ପଲଙ୍କ ଉପଦ୍ରବକୁ ନେଇ ତାତିଲେ ଲୋକେ। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଅନ୍ଧାରଝରି ଛକରେ ରାସ୍ତାରୋକ କରିଥିଲେ। କ୍ଷତି ପୂରଣ କରିବାକୁ ବନ ବିଭାଗ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ରାସ୍ତରୋକ ପ୍ରତ୍ୟାହାର କରିଛନ୍ତି। ରାସ୍ତାରୋକ ଯୋଗଁ କିଛି ସମୟ ପାଇଁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।

ସୂଚନା ମୁତାବକ, ମଙ୍ଗଳବାର ରାତିରେ ପ୍ରାୟ ୨୨ଟି ହାତୀ ଅନ୍ଧାରଝରି ଗାଁରେ ୬ଟି ଘର ଭାଙ୍ଗିଦେଇଥିଲେ। ବାରମ୍ବାର ହାତୀ ଏମିତି ଉପଦ୍ରବ କରୁଥିବାରୁ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ଏହାର ପ୍ରତିବାଦ କରିଛନ୍ତି।

Comment