ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ବଡ଼ ଖବର।
ସଭ୍ୟ ସଂଗ୍ରହ ଅଭିଯାନ – ବିଜେଡି, ବିଜେପିର ବାଟ ଧରିବ କଂଗ୍ରେସ
ଶାସକ ବିଜେଡି ଓ ବିଜେପିର ବାଟକୁ ଅନୁସରଣ କରି କଂଗ୍ରେସ ଦଳ ଏବେ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି। ତୃଣମୂଳ ସ୍ତରରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଖୁବ୍ ଶୀଘ୍ର ସଦସ୍ୟ ସଂଗ୍ରହ ଅଭିଯାନ ଚାଲିବ ବୋଲି ଖବର ଆସୁଛି। ଚଳିତ ମାସରେ ହିଁ ଏହି ଅଭିଯାନ ଆରମ୍ଭ କରାଯିବ।
ଉପାସରେ ଲିଙ୍ଗରାଜ ମହାପ୍ରଭୁ
ଉପବାସରେ ରହିଛନ୍ତି ଲିଙ୍ଗରାଜ। ପ୍ରଭୁଙ୍କ ସବୁ ନୀତିକାନ୍ତି ବନ୍ଦ ରହିଛି। ଗଙ୍ଗୁଆ କେନାଲ କୂଳରେ ପ୍ରଭୁ ଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ନୀତି ବନ୍ଦ କରିଛନ୍ତି।

ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା
ଏଣିକି ଡାକ୍ତରଙ୍କ ଉପରକୁ ହାତ ଉଠାଇଲେ ୧୦ ବର୍ଷ ଜେଲ
ଦେଶରେ ରୋଗୀଙ୍କ ପରିବାର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହିତ ନେଇଛନ୍ତି। ଏଣିକି କାର୍ଯ୍ୟରତ ଡାକ୍ତରଙ୍କ ଉପରକୁ ହାତ ଉଠାଇଲେ ରୋଗୀଙ୍କ ସମ୍ପର୍କୀୟଙ୍କୁ ବହୁ ମୂଲ୍ୟ ଦେବାକୁ ହେବ।

ନରେନ୍ଦ୍ର ମୋଦୀଙ୍କୁ ପୁରସ୍କୃତ କରିବେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ
ପୁଣି ଥରେ ବିଦେଶରେ ସମ୍ମାନୀତ ହେବେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଦିନରେ ‘ବିଲ୍ ଓ ମେଲିଣ୍ଡା ଫାଉଣ୍ଡେସନ’ ପକ୍ଷରୁ ଆମେରିକାରେ ପୁରସ୍କୃତ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ଏନେଇ ସୋମବାର ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରିଛନ୍ତି ଡକ୍ଟର ଜିତେନ୍ଦ୍ର ସିଂହ।












