ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଥରେ ବିଦେଶରେ ସମ୍ମାନୀତ ହେବେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଦିନରେ ‘ବିଲ୍ ଓ ମେଲିଣ୍ଡା ଫାଉଣ୍ଡେସନ’ ପକ୍ଷରୁ ଆମେରିକାରେ ପୁରସ୍କୃତ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ଏନେଇ ସୋମବାର ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରିଛନ୍ତି ଡକ୍ଟର ଜିତେନ୍ଦ୍ର ସିଂହ।

ଏନେଇ ଜିତେନ୍ଦ୍ର ସିଂହ କହିଛନ୍ତି, “ପ୍ରତ୍ୟେକ ଭାରତୀୟ ପାଇଁ ପୁଣିଥରେ ଗର୍ବର ସମୟ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର କର୍ମନିଷ୍ଠା ଓ ପରିଶ୍ରମ ପାଇଁ ବେଶ୍ ପରିଚିତ ହୋଇପାରିଛନ୍ତି। ଆଗାମୀ ଦିନରେ ବିଲ୍ ଓ ମେଲିଣ୍ଡା ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କୃତ କରାଯିବ। ”


ବିଲ୍ ଓ ମେଲିଣ୍ଡା ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ପାଇଁ ପୁରସ୍କୃତ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଆମେରିକା ଗ୍ରସ୍ତ ସମୟରେ ଏହି ପୁରସ୍କାର ଗ୍ରହଣ କରିବେ। ବିଲ୍ ଓ ମେଲିଣ୍ଡା ଫାଉଣ୍ଡେସନ ହେଉଛି ଗୋଟିଏ ଘରୋଇ ଫାଉଣ୍ଡେସନ୍। ଏହାର ମାଲିକ ହେଉଛନ୍ତି ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟସ୍।

୨୦୧୪  ମସିହାରେ ମୋଦୀ ସରକାର କେନ୍ଦ୍ରରେ ଆସିବା ପରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ସେହିବର୍ଷ ଅକ୍ଟୋବର ୨ ତାରିଖରୁ ଏହି ପକ୍ରିୟା ଆରମ୍ଭ ହୋଇଥିଲା। ଯାହା ଫଳରେ ସାରାଦେଶକୁ ସ୍ୱଚ୍ଛ କରିବାର ଯୋଜନା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପୂର୍ବୁରୁ ମଧ୍ୟ ମୋଦୀଙ୍କ ଆୟୁଷ୍ମାନ ଯୋଜନା ଓ ଆଧାର ଯୋଜନାକୁ ସମର୍ଥନ କରିଥିଲେ ବିଲ ଗେଟସ୍। ଆୟୁଷ୍ମାନ ଯୋଜନାରେ ୧୦ କୋଟିରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି।

Comment