ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବି.ଡି.ଏ କଲୋନୀରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁଦିବସ ପାଳିତ ହୋଇଯାଇଛି।

ଗୁରୁଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଆଶୁତୋଷ ରଥ ଯୋଗ ଦେଇଥିଲେ। ତାଙ୍କ ସହ ବିଦ୍ୟାଳୟର ସଭାପତି ମଦନ ମୋହନ ଧଳ, ସଂପାଦକ ଅକ୍ଷୟ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ। ତାଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ମଧ୍ୟ ଛାତ୍ରଛାତ୍ରୀମାନେ ପୂଜା କରିଥିଲେ।

ଶେଷରେ ନାଲକୋ ଫାଉଣ୍ଡେସନ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟପଦ ସାମଗ୍ରୀ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନେ ଗୁରୁମାନଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ। ଏହାସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟନାଟକ “ଏକଲବ୍ୟର ଗୁରୁ ଦକ୍ଷିଣା ପରିବେଷଣ ହୋଇଥିଲା।”

Comment