ଓଡ଼ିଶାଲାଇଭ୍ ବ୍ୟୁରା

ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଅବସରରେ ଏହାର ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ଜମି ପ୍ରଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଧର୍ମେନ୍ଦ୍ର ତାଙ୍କର ସୋସିଆଲ ମିଡ଼ିଆରେ ଲେଖିଛନ୍ତି, “ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ଜମି ପ୍ରଦାନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ।”

ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ଅନନ୍ୟ ଇତିହାସକୁ ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶା ଓ ସାରାଦେଶର ଯୁବପୀଢିର ପ୍ରେରଣା ଉତ୍ସ କରିବା ପାଇଁ ଏହି ସ୍ମାରକୀ ନିର୍ମାଣର ପରିକଳ୍ପନା କରାଯାଇଛି।

ଏହାସହ ସେ ସୂଚନା ଦେଇ କହିଛନ୍ତି, “ଓଡ଼ିଆ ଜାତିର ବୀରତ୍ୱ ଓ ସ୍ୱାଭିମାନର ଚିହ୍ନ ରୂପରେ ଏହି ସ୍ମାରକୀ ବରୁଣେଇ ପାହାଡ଼ର ପାଦଦେଶରେ ଖୁବଶୀଘ୍ର ସ୍ଥାପନ ହେବ। ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣର ପ୍ରସ୍ତୁତି ଆଉ ଗୋଟିଏ ପାଦ ଆଗକୁ ଯାଇଥିବାରୁ ଜଣେ ଓଡିଆ ଭାବରେ ମୁଁ ଗର୍ବିତ।”

LEAVE A REPLY

Please enter your comment!
Please enter your name here