ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ)ର ନିର୍ବାଚନ ହେବ। ବିଭିନ୍ନ ପଦପଦବୀ ନଯୁକ୍ତ ପାଇଁ ନିର୍ବାଚନ ପ୍ରକ୍ରିୟାରେ ଓସିଏ ରାଜି ହେଉନଥିଲା। ତେବେ ବିସିସିଆଇର ପ୍ରଶାସନିକ କମିଟି(ସିଇଓ)ର ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର ୨୭ରେ ନିର୍ବାଚନ କରିବା ଲାଗି ଓସିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସେପ୍ଟେମ୍ବର ୨୦ ତାରିଖରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯିବ। ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ବେଳେ ୨୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତା ୨୭ ତାରିଖ ଦିନ ୧୧ଟାରେ ଭୋଟ ଗ୍ରହଣ କରାଯିବ।

କଟକ ବାରବାଟୀ ଷ୍ଟାଡିୟମରେ ଥିବା ଓସିଏ କନଫରେନ୍ସ ହଲରେ ଭୋଟଦାନ କରାଯିବ। ତେବେ ସେପ୍ଟେମ୍ବର ୧୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏନେଇ ନିର୍ବାଚନ ଅଧିକାରୀ ଏମ୍‌ ଏଲ ମଜୁମଦାର ଓସିଏକୁ ଅବଗତ କରାଇଛନ୍ତି।

Comment