ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୌରପାଳିକା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ବିଜେଡି ଆରମ୍ଭ କରିଛି ପ୍ରସ୍ତୁତି। ପୌରାଞ୍ଚଳ ନିର୍ବାଚନରେ ବିଜେଡି କିପରି ସଂଖ୍ୟା ଗରିଷ୍ଠତା ହାସଲ କରି ପୌରପାଳିକା ଶାସନ ଗାଦିକୁ ଅକ୍ତିଆର କରିବ ସେନେଇ ରାୟଗଡ଼ାରେ ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଂଞ୍ଜୟଦାସ ବର୍ମା, ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଜିଲ୍ଲା ବିଜେଡି ସଭାପତି ଲାଲବିହାରୀ ହିମିରିକା, ପୂର୍ବତନ ସାଂସଦ ଝିନ୍ନ ହିକାକ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ପୌରପାଳିକା ନିର୍ବାଚନ ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିଲା।

ଏହି ଅବସରରେ ରାଜ୍ୟସଭା ସାଂସଦ ଭାସ୍କର ରାଓ କହିଥିଲେ,”ଜିଲ୍ଲାରେ ସମସ୍ତ ୱାର୍ଡ ବୁଲି ବିଜୁ ଜନତା ଦଳ ଦ୍ୱାରା ପ୍ରଣିତ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ଏହି ଯୋଜନାରେ ରାଜ୍ୟବାସୀଙ୍କୁ ମିଳିଥିବା ସୁଫଳ ସମ୍ପର୍କରେ ପ୍ରଚାର ମାଧ୍ୟମରେ ଜନାତଙ୍କ ନିକଟରେ ପହଞ୍ଚାଇବା ହେବ।”

“ସଦସ୍ୟ ସଂଗ୍ରହ କରିବା କ୍ଷେତ୍ରରେ ବିଜେପି ବିଜେଡି ଦଳଠାରୁ ବହୁ ଆଗରେ ରହିଛି। ତେଣୁ ବିଜେଡି ଦଳ କର୍ମୀ ବିଜୁବାବୁଙ୍କ ପ୍ରେମରେ ଅନୁପ୍ରଣିତ ହୋଇ ସଭ୍ୟ ସଂଗ୍ରହ କାର୍ଯ୍ୟକୁ ଆଗାମୀ ଦିନରେ ବ୍ୟାପକ କରିବା ଆବଶ୍ୟକ ରହିଛି। ଦଳପ୍ରତି ଏଭଳି ଦରଦ ଏକାନ୍ତ ଅବଶ୍ୟକ” ଏହା କହି ଦଳୀୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ସାଂସଦ ଏନ୍‌ ଭାସ୍କର ରାଓ।

ଏହି ବୈଠକରେ ବିଜୁ ସ୍ୱସ୍ଥ୍ୟ କଲ୍ୟାଣ ବୀମା ଯୋଜନା ଉପଦେଷ୍ଠା ସୁଧିର ଦାସଙ୍କ ସମେତ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଶତାଧିକ ଦଳୀୟ କର୍ମୀ, ବରିଷ୍ଠ ନେତା ଓ ଯୁବକର୍ମୀ ବୈଠକରେ ଉପସ୍ଥିତ ରହିଥିଲେ।

Comment