ଓଡ଼ିଶାଲାଇଭ ବ୍ୟୁରୋ

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଅଘଟଣ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ପାଟୁଳିଡ଼ିହି ବନ୍ଧସାହି ଗ୍ରାମର ଜିରାମଣି ସୋଏ ନାମକ ଜଣେ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ହତ୍ୟାକାରୀ ଗଣ୍ଡିରୁ ମୁଣ୍ଡକୁ ହାଣି ହତ୍ୟା କରିବା ପରେ ମୁଣ୍ଡକୁ ପାଖା ପାଖି ୪୦୦ମିଟର ଦୂରରେ ଥିବା ଏକ ଗାଧୁଆତୁଠ ନିକଟରେ ଫୋପାଡ଼ି ଦେଇଛି।

ଶନିବାର ସକାଳୁ ଗ୍ରାମର କିଛି ମହିଳା ନଦୀକୁ ଗାଧେଇବା ପାଇଁ ଆସିବା ବେଳେ ଗଣ୍ଡି ବିହୀନ ଏକ ମୁଣ୍ଡ ତୁଠ ନିକଟରେ ପଡିଥିବା ଦେଖି ପ୍ରଥମେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ତେବେ କଟା ମୁଣ୍ଡଟି ଗ୍ରାମର ଜଣେ ମହିଳା ଜିରାମଣି ସୋଏଙ୍କର ବୋଲି ଗ୍ରାମବାସୀ ଚିହ୍ନଟ କରିଥିଲେ। ପରେ ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଏଘରଠାରୁ ୨୦୦ ମିଟରର ଦୂର ବିଲରେ ଏକ ମୁଣ୍ଡ ନଥିବା ଗଣ୍ଡି ଉଦ୍ଧାର କରାଯାଇଥିଲା।

ପରେ ସାଇଣ୍ଟିଫିକ ଟିମ୍‌କୁ ଖବର ଦେଇଥିବା ଜଣାପଡ଼ିଛି। ତେବେ ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀଙ୍କର କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଜମିଜମା ପାଇଁ କିମ୍ବା ଡାହାଣି ସନ୍ଦେହରେ ଏହି ବିଭର୍ସ ହତ୍ୟା କରିଥିବା କୁହାଯାଉଛି। ମାତ୍ର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

Comment