ଓଡ଼ିଶାଲାଇଭ୍ ବ୍ୟୁରୋ

ଡାଇବେଟିସ୍ ରୋଗୀ, ଖରାପ ଜୀବନଶୈଳୀ ଏବଂ ଅତ୍ୟଧିକ ମାତ୍ରାରେ ବଟିକା ସେବନ କିଡ୍‌ନୀ ଉପରେ ଖରାପ ପ୍ରଭାବ ପକାଇଥାଏ। ଉଭୟ ମହିଳା ଓ ପୁରୁଷଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ଜାଣନ୍ତୁ ୪ଟି ଜିନିଷ ବିଷୟରେ ଯାହା କିଡ୍‌ନୀ ଉପରେ କୁପ୍ରଭାବ ପକାଇଥାଏ।

କିଡନୀ ରୋଗ ଲକ୍ଷଣ

ହାତ, ଗୋଡ଼ ତଥା ଆଖି ତଳ ଫୁଲି ରହିବା, ଦୁର୍ବଳତା, ଶରୀରରେ କୁଣ୍ଡିଆ, ବାରମ୍ବାର ପରିସ୍ରା ଲାଗିବା, ଭୋକ କମ୍ ହେବା ବା କିଛି ଖାଇବାକୁ ଇଚ୍ଛା ନ ହବା, ବାନ୍ତି ଲାଗିବା, ଗୋଡ଼ର ପେଣ୍ଡାରେ ବ୍ୟଥା ଅନୁଭବ ହେବା ଆଦି କିଡ୍‌ନୀ ରୋଗର ଲକ୍ଷଣ ହୋଇଥାଏ।

ପେନ୍ କିଲର୍ କିଛି ସମୟ ପାଇଁ ଶରୀର ପୀଡ଼ାକୁ କମ୍ କରିବ। କିନ୍ତୁ ଅତ୍ୟଧିକ ପେନ୍ କିଲର୍ ଖାଇବା କିଡ୍‌ନୀ ପାଇଁ ହାନିକାରକ। ବିଶେଷ କରି ମହିଳାମାନେ ଅତ୍ୟଧିକ ପେନ୍ କିଲର୍ ଖାଇବା ଉଚିତ୍ ନୁହେଁ। ଏହା କିଡ୍‌ନୀ ଫେଲୁଅରର କାରଣ ହେବା ସହ ଅନ୍ୟାନ୍ୟ କେତେକ କିଡ୍‌ନୀଜନିତ ରୋଗ ଆଶଙ୍କା ସୃଷ୍ଟି କରିବ।

ସିଗାରେଟ୍ ତଥା ବିଡ଼ିର ଧୁଆଁ ସିଧାସଳଖ ଶରୀରରେ ପ୍ରବେଶ କରି ରକ୍ତରେ ମିଶିଯାଇଥାଏ।

ଅତ୍ୟଧିକ ମିଠା ଖାଇବା କିଡନୀ ପାଇଁ ଆଶଙ୍କାର କାରଣ ହୋଇପାରେ। ମିଠା ଶରୀରରେ ସୋଡ଼ିୟମ୍ ଓ ସୁଗର୍ ମାତ୍ରାକୁ ବୃଦ୍ଧି କରେ। ଯାହା କିଡ୍ନୀ ଉପରେ ଖରାପ ପ୍ରଭାବ ପକାଇଥାଏ

ଅତ୍ୟଧିକ ତେଲ ମସଲା ଖାଦ୍ୟ ଓ ଆମିଷ ଜାତୀୟ ଖାଦ୍ୟ ସେବନ କିଡ୍‌ନୀ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

LEAVE A REPLY

Please enter your comment!
Please enter your name here