ଓଡ଼ିଶାଲାଇଭ ବ୍ୟୁରୋ

ବିରେନ୍ଦ୍ର ସେହଓ୍ଵାଗ ଭାରତୀୟ କ୍ରିକେଟର ଜଣେ କିମ୍ଵଦନ୍ତୀ ଖେଳାଳୀ। ୨୦୧୫ରେ କ୍ରିକେଟରୁ ଅବସର ନେଇଥିବା ଏହି ଖେଳାଳୀ ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ୧୯୯୯ରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ ସେହଓ୍ଵାଗ। ପରେ ୨୦୦୧ରେ ଟେଷ୍ଟ କ୍ରିକେଟରେ। ଲମ୍ଵା କ୍ରିକେଟ କ୍ୟାରିୟର ପରେ ୨୦୧୫ରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତେବେ ଏହି କ୍ରିକେଟ କ୍ୟାରିୟର ମଧ୍ୟରେ ତାଙ୍କର ଏମତି କିଛି ରେକର୍ଡ ଅଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି।

ଭାରତୀୟ କ୍ରିକେଟର ଭାବେ ସର୍ବାଧିକ ଟେଷ୍ଟ ଦ୍ଵିଶତକ

ନିଜର ଚମତ୍କାର କ୍ୟାରିୟର ମଧ୍ୟରେ ସେହଓ୍ଵାଗ ଅନେକ ରେକର୍ଡ କରିଛନ୍ତି। ଏହା ମଧ୍ୟରେ ଟେଷ୍ଟରେ ସର୍ବାଧିକ ଦ୍ଵିଶତକ କରିଥିବା ଭାରତୀୟ ଖେଳାଳୀ ଭାବେ ରେକର୍ଡ କରିଛନ୍ତି। ସେ ଟେଷ୍ଟରେ ୬ଥର ଦ୍ଵିଶତକ ହାସଲ କରିଛନ୍ତି। ତାଙ୍କ ପଛକୁ ରାହୁ ଦ୍ରାବିଡ ରହିଛନ୍ତି। ଏହାସହ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଦିନରେ ୨୮୪ରନ କରି ଦ୍ଵିଶତକ ହାସଲ କରିବାରେ ମଧ୍ୟ ସେ ପ୍ରଥମ ଭାରତୀୟ ଖେଳାଳୀ।

ଟେଷ୍ଟ କ୍ରିକେଟରେ ଦୁଇଟି ତ୍ରିଶତକ

ଟେଷ୍ଟ କ୍ରିକେଟରେ ବିରେନ୍ଦ୍ର ସେହଓ୍ଵାଗ ଦୁଇଟି ତ୍ରିଶତକ ହାସଲ କରିଛନ୍ତି। ପ୍ରଥମେ ୨୦୦୪ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ତ୍ରିଶତକ ହାସଲ କରିଥିଲେ। ପରେ ୪ବର୍ଷ ବ୍ୟବଧାନରେ ଚେନ୍ନାଇରେ ଆଉ ଏକ ତ୍ରିଶକ୍ତ କରିଥିଲେ। ଭାରତର ପ୍ରଥମ ଖେଳାଳି ଭାବେ ଟେଷ୍ଟରେ ସେ ତ୍ରିଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଅଭଙ୍ଗା ହୋଇଅଛି।

ଗୋଟିଏ ଦିନରେ ସର୍ବାଧିକ ଟେଷ୍ଟ ରନ

ଗୋଟେ ସମୟ ଥିଲା ଟେଷ୍ଟ କ୍ରିକେଟ ଦେଖିବାକୁ ଲୋକ ପସନ୍ଦ କରୁନଥିଲେ। ହେଲେ ଲୋକଙ୍କ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଥିଲେ ସେହଓ୍ଵାଗ। ଦିନିକିଆ, ଟି-୨୦ ଭଳି ଟେଷ୍ଟରେ ମଧ୍ୟ ତାଙ୍କ ବ୍ୟାଟ ବନ୍ଦ ହୋଇନଥିଲା। ୨୦୦୯ ମସିହାରେ ମୁମ୍ଵାଇରେ ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟେଷ୍ଟର ଦ୍ଵିତୀୟ ଦିନରେ ବୋଲରଙ୍କ ନିଦ ହଜାଇ ଦେଇଥିଲେ ସେହଓ୍ଵାଗ। ଗୋଟିଏ ଦିନରେ ସର୍ବାଧିକ ୨୯୩ ରନ କରିପରିଥିଲେ।

ଟେଷ୍ଟ କ୍ରିକେଟରେ ଦ୍ରୁତତମ ତ୍ରିଶତକ

ସେହଓ୍ଵାଗ ଟେଷ୍ଟ କ୍ରିକେଟରେ ଦ୍ରତତମ ତ୍ରିଶତକ ହାସଲ କରି ରେକର୍ଡ କରିଛନ୍ତି। ୨୦୦୮ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସେ ତ୍ରିଶତକ ହାସଲ କରିଥିଲେ। ୨୭୮ ବଲରେ ସେ ଏହି ତ୍ରିଶତକ ହାସଲ କରିଛନ୍ତି। ଏଥିରେ ୪୨ଟି ଚୌକା ଓ ୫ଟି ଛକା ରହିଛି। ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଦ୍ରୁତତମ ତ୍ରିଶତକ ଭାବେ ରହିଛି।

Comment