ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲିର ଯୁବପିଢ଼ି କୋଲ୍ଡ ଡ୍ରିଙ୍କ୍ ଓ ସଫ୍ଟ ଡ୍ରିଙ୍କ୍ ପିଇବାକୁ ବହୁତ ଆଗ୍ରହୀ। କିନ୍ତୁ ୨ ଗ୍ଲାସରୁ ଅଧିକ କୋଲ୍ଡ ଡ୍ରିଙ୍କ୍ ବା ସଫ୍ଟ ଡ୍ରିଙ୍କ୍ ପିଇବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ାଇଥାଏ। ଏଥିରେ ଥିବା ହାନିକାରକ କ୍ୟାମିକାଲ ହୃତପିଣ୍ଡ ଜନିତ ରୋଗ, ଷ୍ଟ୍ରୋକ୍ ଓ ପାଚନ ସମ୍ବନ୍ଧୀୟ ରୋଗ କାରଣ ହୋଇପାରେ।

ଏହାଛଡା ଏହା ଲିଭର୍, ଆପେଣ୍ଡିକ୍ସ୍, ପାନକ୍ରିଆଜ୍ ଓ ଅନ୍ତଃ ସମ୍ବନ୍ଧୀୟ ରୋଗ ସୃଷ୍ଟି କରେ।

ଜର୍ନାଲ୍ ଅଫ୍ ଦି ଆମେରିକାନ୍ ମେଡିକାଲ୍ ଅସୋସିଏସନରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ରତିଦିନ ୨ ବା ତା ଠାରୁ ଅଧିକ କୋଲ୍ଡ ଡ୍ରିଙ୍କ୍ ଓ ସଫ୍ଟ ଡ୍ରିଙ୍କ୍ ପିଇବା ବ୍ୟକ୍ତିଙ୍କ ଠାରେ ଅଳ୍ପ ବୟସରୁ ମୃତ୍ୟୁ ଆଶଙ୍କା ଅଧିକ ରହିଛି।

Comment