ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର କେରନ ସେକ୍ଟରରେ ଭାରତୀୟ ସେନା ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଦେଇଥିଲେ କଡ଼ା ଜବାବ। ୫ ଆତଙ୍କବାଦୀ ଭାରତ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ଭାରତୀୟ ସେନା ଜୋରଦାର ଆକ୍ସନ ନେଇଥିଲା। ଫଳରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହାର ଏକ ଭିଡିଓ ଭାରତୀୟ ସେନା ଜାରି କରିଛି।

ପାକିସ୍ତାନ ସବୁବେଳେ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି। କେତେବେଳେ ପାକିସ୍ତାନ ସୀମାରୁ ଗୁଳି ଆସୁଛି ତ ଆଉ କେତେବେଳେ ଅନୁପ୍ରବେଶକାରୀ ପଶୁଛନ୍ତି। ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଏମିତି ଏକ ଘଟଣା ଘଟିବାକୁ ଯାଉଥିଲା। ହେଲେ ଭାରତୀୟ ସେନା ଏହାକୁ ପଣ୍ଡ କରି ଦେଇଥିଲେ।

ପାକିସ୍ତାନ ସେନାର ବର୍ଡର ଆକ୍ସନ ଟିମ୍‌ ଜରିଆରେ କିଛି ଆତଙ୍କବାଦୀ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ହେଲେ ଭାରତୀୟ ସେନା ଏହା ଜାଣିପାରି ଏନକାଉଣ୍ଟର କରିଥିଲେ।

Comment