ଓଡ଼ିଶାଲାଇଭ ବ୍ୟୁରୋ

ଦୋହାରେ ହେବାକୁ ଥିବା ଓ୍ଵାର୍ଲ୍ଡ ଚାମ୍ପିୟନସିପ୍‌ରେ ଭାରତୀୟ ସ୍ପିଣ୍ଟର ଦୂତି ଚାନ୍ଦ ମନୋନୀତ ହୋଇଛନ୍ତି। ୨୫ ଜଣିଆ ଭାରତୀୟ ଦଳରେ ଦୂତି ସ୍ଥାନ ପାଇଛନ୍ତି। ଏନେଇ ସେ ନିଜ ଟୁଇଟରରେ ଘୋଷଣା କରିଛନ୍ତି। ଏହି ଚାମ୍ପିୟନସିପ୍‌ ସେପ୍ଟେମ୍ଵର ୨୭ ତାରିଖରେ ଆରମ୍ଭ ହେବ।

ଦୂତି ଟୁଇଟରରେ ଲେଖିଛନ୍ତି, “ସେପ୍ଟେମ୍ଵର ୧୭ରେ ହେବାକୁ ଥିବା ଦୋହା ଓ୍ଵାର୍ଲ୍ଡ ଚାମ୍ପିୟନସିପ୍‌ରେ ୨୫ ଜଣିଆ ଟିମ୍‌ରେ ମୁଁ ମନୋନୀତ ହୋଇଛି। ମୁଁ କେବଳ ଆପଣମାନଙ୍କର ଆର୍ଶୀବାଦ କାମନା କରୁଛି।”

ଦୂତି ଚଳିତ ବର୍ଷ ନେପୋଲିୟନରେ ଅନୁଷ୍ଠିତ ଓ୍ଵାର୍ଲ୍ଡ ୟୁନିଭରସିଟି ଗେମରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ଏହାସହ ପ୍ରଥମ ଖେଳାଳୀ ଭାବେ ସେ ଦେଶ ପାଇଁ ଗୌରବ ମଧ୍ୟ ଆଣିଥିଲେ। ବର୍ତ୍ତମାନ ଦୂତି ଜବରଦସ୍ତ ଫର୍ମରେ ରହିଛନ୍ତି। ୧୦୦ ମିଟର ଦୌଡ଼କୁ ୧୧.୨୪ ସେକେଣ୍ଡରେ ପୂରଣ କରିବାର ଜାତୀୟ ରେକର୍ଡ ରହିଛି।

ଓଡ଼ିଶାର ଏହି କ୍ରୀଡ଼ାବିତ ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ଏହାସହ ଅନେକ ସମୟରେ ବିବାଦରେ ମଧ୍ୟ ରହିଛନ୍ତି।  ୨୦୧୪ରେ ଆଥଲେଟ ଫେଡରେସନ ଅଫ ଇଣ୍ଡିଆ ଦୂତିଙ୍କୁ ଜେଣ୍ଡର ଟେଷ୍ଟ କରିବାକୁ କହିଥିଲା। ହେଲେ ପରେ ବିନା ତଦନ୍ତରେ ତାଙ୍କୁ ସସପେଣ୍ଡ କରିଥିଲା। ଏଥିରେ ମଧ୍ୟ ସେ ହାର ମାନିଥିଲେ। ପରେ ତାଙ୍କୁ ଏସବୁ ଚିନ୍ତାରୁ ଆଶ୍ଵସ୍ତି ମିଳିଥିଲା।

Comment