ଓଡ଼ିଶାଲାଇଭ୍ ବ୍ୟୁରୋ

ବେକ, ମୁଣ୍ଡ, ଗାଲ ଏବଂ ଆଖିର ଆଖପାଖରେ ଅଚାନକ ଜ୍ୱଳନ ହେଲେ, ଏହାକୁ ନଜରଅନ୍ଦାଜ କରିବା କଥା ନୁହେଁ। ଏହା ଚର୍ମ କର୍କଟର କାରଣ ହୋଇପାରେ।

ଯଦି ଆପଣଙ୍କର ଚେହେରାରେ ଅଚାନକ କିଛି ଦାଗ ସୃଷ୍ଟି ହୁଏ, ଏବଂ କ୍ରମାଗତ ଭାବେ ଏହା ବଢ଼େ ତା’ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

ଚର୍ମ କର୍କଟ ହେଲେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ। ଉଦାହରଣ ସ୍ୱରୂପ ଶରୀରରେ ଜନ୍ମରୁ ଥିବା ଚିହ୍ନଗୁଡ଼ିକର ଆକାର ବଢ଼ିବାକୁ ଲାଗେ, ସେଠାରେ କୁଣ୍ଡାଇ ହେବା ସହିତ ଫଳିଯାଏ। ୨ରୁ ୩ ସପ୍ତାହ ଧରି ଏପରି ହେଲେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଯଦି ଆପଣଙ୍କ ଶରୀରରେ ଥିବା କଳାଜାଇର ଆକାର ବୃଦ୍ଧି ହେବାକୁ ଲାଗେ ତା’ ହେଲେ ତ୍ୱଚାର ଯାଞ୍ଚ କରାଇ ନିଅନ୍ତୁ।

ଚର୍ମ କର୍କଟ ହେଲେ ମୁହଁରେ ହୋଇଥିବା ବ୍ରଣର ଆକାର ମଧ୍ୟ ବୃଦ୍ଧି ପାଇଥାଏ। ଏହାର ରଙ୍ଗରେ ବି ପରିବର୍ତ୍ତନ ହୁଏ।

ଏକଜିମା ମଧ୍ୟ ଚର୍ମ କର୍କଟର ଲକ୍ଷଣ ବିଶେଷ କରି କହୁଣୀ, ହାତ ପାପୁଲି ଏବଂ ଆଣ୍ଠୁରେ ଏକଜିମା ହୋଇଥିଲେ ତୁରନ୍ତ ହସ୍ପିଟାଲ ଯାଆନ୍ତୁ।

ଯଦି ଆପଣ ଖରାରେ ବାହାରକୁ ବାହାରିବା ପରେ କୁଣ୍ଡାଇ ହେଉଛି। ତା’ ହେଲେ ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ।

ଚର୍ମ କର୍କଟ ଦୂର କରିବା ଲାଗି ବାହାରକୁ ବାହାରିବା ସମୟରେ ଚେହେରାକୁ ଭଲ ଭାବେ ଢାଙ୍କନ୍ତୁ।

ପ୍ରଚୁର ପାଣି ପିଅନ୍ତୁ। ଫଳରେ ଚର୍ମଜନିତ ସମସ୍ୟା ଦେଖା ଦେବ ନାହିଁ।

Comment