ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୁଣିଥରେ ଲେଖାଯାଉ ଭାରତ ଇତିହାସ
  • ଏବେ ଭୁଲ୍‌ ଇତିହାସ ପଢ଼ାଯାଉଛି
  • ଲୋକମାନଙ୍କୁ ଭୀରୁ କରାଯାଉଛି
  • ବ୍ରିଟିଶ ଚକ୍ରାନ୍ତକାରୀମାନେ ଲେଖିଛନ୍ତି ଭାରତର ଇତିହାସ

ଏହି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରତାପ ଭାରତ ଇତିହାସକୁ ଭୁଲ୍‌ କହି ଏବେ ଚର୍ଚ୍ଚାରେ ଅଛନ୍ତି।

‘‘ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଇତିହାସର ପୁନର୍ଲିଖନ କରାଯାଉ। ଜାତିର ମଙ୍ଗଳ ପାଇଁ ଇତିହାସ ଆଉ ଥରେ ଲେଖାଯିବା ଦରକାର। ପିଲାମାନଙ୍କୁ ଭୁଲ୍‌ ଇତିହାସ ପଢ଼ାଯାଉଛି। ଲୋକମାନଙ୍କୁ ଭୀରୁ କରିବାକୁ ଚେଷ୍ଟା କରାଯାଉଛି। ଭାରତ ଇତିହାସକୁ ବିଦେଶୀ ଆକ୍ରମଣକାରୀମାନେ ଭୁଲ୍‌ ଭାବେ ଲେଖିଛନ୍ତି। ଭାରତୀୟମାନଙ୍କ ଦେଶପ୍ରେମ ଓ ଗୌରବଭାବକୁ ସମାପ୍ତ କରିବା ପାଇଁ ଭୁଲ୍‌ ଇତିହାସ ଲେଖାଯାଇଛି’’, କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ଇତିହାସରେ ହିନ୍ଦୁ ଏବଂ ଶିଖ୍‌ଙ୍କ ଭିତରେ ଭିନ୍ନତା କରିବାକୁ ଚେଷ୍ଟା କରାଯାଇଛି। ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ଭାଷ ଭିତରେ ଭିନ୍ନତା ଆଣିବାକୁ ଚେଷ୍ଟା କରାଯାଇଛି। ଏସବୁକୁ ଭୁଲ୍‌ କହିଛନ୍ତି କେନ୍ଦ୍ରମନ୍ତ୍ରୀ।

‘‘ସଂସ୍କୃତରୁ ସବୁ ଭାଷା ସୃଷ୍ଟି ହୋଇଛି। ଉତ୍ତର ଏବଂ ଦକ୍ଷିଣ ଭାରତ ଭାଷା ଭିତରେ ସମାନତାର ସଂଯୋଜନା ହେଉଛି ସଂସ୍କୃତ ଭାଷା। ସେହି ଆଦିବାସୀ ଏବଂ ଅଣଆଦିବାସୀଙ୍କ ଭିତରେ ଭିନ୍ନତା ଆଣିବାକୁ ଚେଷ୍ଟା କରାଯାଇଛି’’, କହିଛନ୍ତି ଶ୍ରୀ ଷଡ଼ଙ୍ଗୀ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ଇତିହାସ ପୁନର୍ଲିଖନ ଯୁକ୍ତିକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ।

ସେ କହିଛନ୍ତି, ‘‘ଇତିହାସ ଭୁଲ୍‌ ନୁହେଁ। ଇତିହାସକୁ ନେଇ ଆମେ ସବୁବେଳେ ଗର୍ବ କରି ଆସୁଛେ। ଯଦି କେନ୍ଦ୍ରମନ୍ତ୍ରୀ ଚାହୁଁଛନ୍ତି ତାହାଲେ ସେ ଇତିହାସ ଲେଖନ୍ତୁ। ସେ ମୋଦି, ବାଜପେୟୀ ଏବଂ ଅମିତ ଶାହଙ୍କ ଉପରେ ଇତିହାସ ଲେଖିବେ।’’

Comment