ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲିର ଯୁବପିଢ଼ି କୋଲ୍ଡ ଡ୍ରିଙ୍କ୍ ଓ ସଫ୍ଟ ଡ୍ରିଙ୍କ୍ ପିଇବାକୁ ବହୁତ ଆଗ୍ରହୀ। କେତେକ ଲୋକ ପ୍ରତିଦିନ ସପ୍ଟ ଡ୍ରିଙ୍କ୍ସ୍‌ ନିଜ ଖାଦ୍ୟରେ ସାମିଲ କରିଥା’ନ୍ତି। କିନ୍ତୁ ୨ ଗ୍ଲାସରୁ ଅଧିକ କୋଲ୍ଡ ଡ୍ରିଙ୍କ୍ ବା ସଫ୍ଟ ଡ୍ରିଙ୍କ୍ ପିଇବା ମୃତ୍ୟୁ ଆଶଙ୍କାକୁ ଚାରିଗୁଣ ବଢ଼ାଇଦିଏ ବୋଲି ଏକ ସର୍ଭେରୁ ଜଣାପିଡ଼ିଛି।

ଏହି ମୃଦୁ ପାନୀୟରେ ଥିବା ହାନିକାରକ କେମିକାଲ ହୃତ୍ପିଣ୍ଡଜନିକ ରୋଗ, ଷ୍ଟ୍ରୋକ୍ ଓ ପାଚନ ସମ୍ବନ୍ଧୀୟ ରୋଗ କାରଣ ହୋଇପାରେ କୋଲ୍ଡ ଡ୍ରିଙ୍କ୍ ଓ ସଫ୍ଟ ଡ୍ରିଙ୍କ୍। ଏହାଛଡ଼ା ଏହା ଲିଭର୍, ଆପେଣ୍ଡିକ୍ସ୍ ଓ ଅନ୍ତଃ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ।

ଜର୍ନାଲ୍ ଅଫ୍ ଦି ଆମେରିକାନ୍ ମେଡିକାଲ୍ ଅସୋସିଏସନ୍‌ର ପ୍ରକାଶିତ ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ରତିଦିନ ୨ ବା ତା’ଠାରୁ ଅଧିକ କୋଲ୍ଡ ଡ୍ରିଙ୍କ୍ ଓ ସଫ୍ଟ ଡ୍ରିଙ୍କ୍ ପିଇବା ବ୍ୟକ୍ତିଙ୍କଠାରେ ଅଳ୍ପ ବୟସରୁ ମୃତ୍ୟୁ ଆଶଙ୍କା ଅଧିକ ରହିଛି।

Comment