ଓଡ଼ିଶାଲାଇଭ ବ୍ୟୁରୋ

ଆସେସ ଟେଷ୍ଟର ଶେଷ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮୨ ଓଭରରେ ୮ ଓ୍ଵିକେଟ ହରାଇ ୨୭୧ ରନ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ୪ ଓ୍ଵିକେଟ ହାସଲ କରିଛନ୍ତି।

ଅଷ୍ଟ୍ରେଲିଆ ଦଳ ପ୍ରଥମେ ଟସ୍‌ ଜିତି ଇଂଲଣ୍ଡ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ ଆସିଥିବା ଇଂଲଣ୍ଡ ଦଳ ପକ୍ଷରୁ ଓପନର ସନ୍ତୋଷଜନକ ପ୍ରଦର୍ଶନ କରିପାରିନଥିଲେ। ଦଳୀୟ ସ୍କୋର ୨୭ ରନ ହୋଇଥିବା ବେଳେ ଜଏ ଡେନଲି ୧୪ ରନ କରି ଆଉଟ ହୋଇଯାଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଜୋଏ ରୁଟ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ସଫଳ ହୋଇପାରିନଥିଲେ। ବର୍ତ୍ତମାନ ଖେଳ ଶେଷ ସୁଦ୍ଧା ଜୋସ ବଟଲର ୬୪ ରନରେ ନଟଆଉଟ ରହିଛନ୍ତି।

୫ଟିକିଆ ମ୍ୟାଚ ବିଶିଷ୍ଟ ଏହି ଆସେସ ଟେଷ୍ଟରେ ଗୋଟିଏ ବାତିଲ ହୋଇଥିବା ବେଳେ ଗୋଟିଏରେ ଇଂଲଣ୍ଡ ବିଜୟୀ ହୋଇଛି। ଅନ୍ୟ ଦୁଇଟି ମ୍ୟାଚ ଅଷ୍ଟ୍ରେଲିଆ ଜିତି ଆଗରେ ରହିଛି।

Comment