ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜରେ କଡ଼ାକଡ଼ି ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ୍‌। ଏହି ନୂଆ ଆଇନ୍‌ ଲାଗୁ ହେବା ପରେ ବିନା କାଗଜପତ୍ରରେ ଚାଲୁଥିବା କିଛି ଗାଡ଼ି ପୋଲିସ୍‌ ଜାଲରେ ପସୁଛନ୍ତି।

ଏହି ନିୟମ ଲାଗୁ ହେବାର ପରଦିନ ଅର୍ଥାତ୍‌ ଚଳିତମାସ ୨ ତାରିଖ ରାତି ପ୍ରାୟ ୨ଟା ସମୟରେ ବାରିପଦା ଟାଉନ୍ ପୋଲିସର ଏକ ପାଟ୍ରୋଲିଂ ଦଳ ଏକ ନମ୍ବର ବିହୀନ ଅଟୋକୁ ଧରିଥିଲା। ଚେକିଂ ବେଳେ ଉକ୍ତ ଅଟୋର କୌଣସି କାଗଜପତ୍ର ନଥିବା ଦେଖିବାକୁ ମିଳିଥିଲା। ଡ୍ରାଇଭିଂ ଲାଇସେନ୍ସ୍, ପଞ୍ଜୀକରଣ ପ୍ରମାଣପତ୍ର, ବୀମା କିମ୍ବା ଅନ୍ୟାନ୍ୟ କୌଣସି କାଗଜପତ୍ର ନଥିଲା। ତେଣୁ ପୋଲିସ୍ ପାଟ୍ରୋଲିଂ ଟିମ୍ ଏବଂ ଜୁନିୟର୍ ଏମ୍‌ଭିଆଇ ଉକ୍ତ ଅଟୋ ଉପରେ ୪୦ହଜାର ୫୦୦ ଟଙ୍କାର ଜରିମାନା ଲଗାଇଥିଲେ।

ଘଟଣାର ଦଶଦିନ ବିତିଯାଇଥିଲେ ମଧ୍ୟ ଅଟୋ ମାଲିକ କୌଣସି କାଗଜପତ୍ର ଦେଖାଇ ପାରୁନାହାଁନ୍ତି କିମ୍ବା ଜରିମାନା ଅର୍ଥ ପାଇଠ କରି ନାହାନ୍ତି। ଜବତ ଅଟୋ ବାରିପଦା ଟାଉନ ଥାନାରେ ଅଟକ ରଖାଯାଇଛି। ପରିବହନ ବିଭାଗର ରିପୋର୍ଟ ପରେ ଯଦି ଗାଡ଼ିର କାଗଜପତ୍ର ଦାଖଲ କରା ନଯାଏ, ତେବେ ପୋଲିସ ତଦନ୍ତ ପରେ ଚୋରି ମାମଲା ରୁଜୁ କରିବାକୁ ବାଧ୍ୟ ହେବ ବୋଲି ବାରିପଦା ଟାଉନ ପୋଲିସ କହିଛି।

Comment