ଓଡ଼ିଶାଲାଇଭ ବ୍ୟୁରୋ

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଗୋଟିଏ ମାସରେ ୩୭ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର। ଏହାସହ ୬ଜଣଙ୍କ ପେନସନ ମଧ୍ୟ ବନ୍ଦ କରିଛନ୍ତି।

୩୭ ଜଣଙ୍କ ମଧ୍ୟରେ ୫ ପ୍ରଧାନଶିକ୍ଷକ, ୪ ଇଞ୍ଜିନିୟର ଓ ୧୬ ଜଣ ଅଫିସରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଅଧିକାରୀଙ୍କ ବିରୋଧରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଅଭିଯୋଗ ଆଣିଥିଲା। ପରେ ଏହା ପ୍ରମାଣିତ ହେବା ପରେ ସେମାନଙ୍କୁ ବରଖାସ୍ତ କରିଛନ୍ତି ସରକାର। ପୂର୍ବରୁ ୧୫ ଜଣଙ୍କୁ ବରଖାସ୍ତ କରାଯାଇଥିଲା ବେଳେ ଦୁଇ ଜଣଙ୍କ ପେନସନ ବନ୍ଦ କରି ଦିଆଯାଇଥିଲା।

ତେବେ ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନ ୧ର ଡେପୁଟି ଏକ୍ସିକ୍ୟୁଟିଭ ଇଞ୍ଜିନିୟର ଜିବେଶ ଚନ୍ଦ୍ର ରଥ, ଦଶପଲ୍ଲା ରୁରାସ ଓ୍ଵାର୍କ ଆସିଷ୍ଟାଣ୍ଟ ଇଞ୍ଜିନିୟର ତିରୁପତି ଭେଙ୍କଟେଶ୍ଵର ପାଣି, କାମାକ୍ଷାନଗର ଜୁନିୟର ଇଞ୍ଜିନିୟର ବସନ୍ତ କୁମାର ପ୍ରଧାନ, ଯାଜପୁର ମାଇନର ଇରିଗେସନ ଡିଭିଜନ ଜୁନିୟର ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସିଂହ।

ଏହାସହ ଜଗତସିଂହପୁର ଜିଲ୍ଲା ବଳରାମପୁର ଅଞ୍ଚଳର ଜଣେ ପ୍ରଧାନ ଶିକ୍ଷକ, ଅଭୟ କୁମାର ବିଶ୍ଵାଳ, ସାରଙ୍ଗପଲ୍ଲି ପ୍ରାଇମେରି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ କପିଳ ଚନ୍ଦ୍ର ନାୟକ, ପାପଡ଼ାହାଣ୍ଡି ସ୍କୁଲର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ପାତ୍ର, ଟମ୍‌ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଧର ହରିଜନ, ନିୟୁ ପ୍ରାଇମେରି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଦିଗଲ, ରାଜସ୍ଵ ନିରୀକ୍ଷକ ମଙ୍ଗୁଳୁ ନାୟକ, ନରହରି ଓଝା, ଅମିନ ଶରତ ଚନ୍ଦ୍ର ସେଠୀ, ପୂର୍ବତନ ଫାର୍ମାଶିଷ୍ଟ ସନ୍ତୋଷ କୁମାର ପଣ୍ଡା, କ୍ଲର୍କ ନକୁଳ କୁମାର ଖମାରୀ, ବିରେନ୍ଦ୍ର କୁମାର ପଣ୍ଡା ଓ ଏକ୍ସିକ୍ୟୁଟିଭ ଅଫିସର ପ୍ରଶାନ୍ତ ଚନ୍ଦ୍ର ନାୟକଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।

Comment