ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରୀୟ ରାଜଭାଷା କମିଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଅକ୍ଟୋବର ପ୍ରଥମ ସପ୍ତାହରେ ଏହି କମିଟିର ପରବର୍ତ୍ତୀ ବୈଠକ ବସିବ। ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଆଜି ହିନ୍ଦୀ ଦିବସ ଅବସରରେ ରାଷ୍ଟ୍ରୀୟ ରାଜଭାଷା କମିଟିର ନିର୍ବାଚନ ହୋଇଥିଲା। ଶାହ ଏବଂ ମହତାବ ଯଥାକ୍ରମେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଭର୍ତ୍ତୃହରି ମହତାବ ହେଉଛନ୍ତି ବିଜେଡିର ଜଣେ ବରିଷ୍ଠ ନେତା। ସେ କଟକ ଲୋକସଭା ଆସନରୁ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଥର ଲୋକସଭା ଉପବାଚସ୍ପତି ପଦ ପାଇଁ ଭର୍ତ୍ତୃହରିଙ୍କ ନାଁ ଚର୍ଚ୍ଚା ହେଉଥିଲା।

ସେହିପରି ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ସଭାପତି ଥିଲେ। ୨୦୧୯ ନିର୍ବାଚନରେ ଜିତିବା ପରେ ସେ ମୋଦି ସରକାରରେ ଗୃହ ମନ୍ତ୍ରୀ ରହିଛନ୍ତି।

Comment