ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତାକାଲି ୩ଟିକିଆ ଟି-୨୦ ସିରିଜ୍ ହେବାକୁ ଯାଉଛି। ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମ ଖେଳାଯିବ। ମ୍ୟାଚ ପୂର୍ବରୁ ଷ୍ଟାଡିୟମର ଏକ ଫଟୋ ବିସିସିଆଇ ସେୟାର କରିଛି। ଯେଉଁଥିରେ ପିଚ୍‌ ଚକାଚକ୍‌ ଥିବା ବେଳେ ଆକାଶରେ କଳା ମେଘ ଦେଖାଯାଉଛି।

ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟର ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ରାଜ୍ୟରେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି। ଏଥିସହ ମ୍ୟାଚ୍ ସମୟରେ ମଧ୍ୟ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ।

ଶନିବାର ମଧ୍ୟ ସେଠାରେ ବର୍ଷା ହୋଇଛି। ଦକ୍ଷିଣ ଆଫ୍ରିକାଦଳ ଅଭ୍ୟାସକରି ଯିବା ପରେ ବର୍ଷା ହୋଇଥିଲା। ତେଣୁ ଭାରତୀୟ ଦଳର ଓପନର ରୋହିତ ଶର୍ମା ମାତ୍ର ୧୦ ମିନିଟ୍ ଅଭ୍ୟାସ କରିବା ପରେ ପଡ଼ିଆ ଛାଡ଼ିଦେଇଥିଲେ।

ବର୍ଷା ହେବାକାରଣରୁ ଆସନ୍ତାକାଲିର ମ୍ୟାଚରେ ପେସ୍ ବୋଲରଙ୍କୁ ପିଚ୍ ସୁହାଇବ ବୋଲି କୁହାଯାଉଛି। ଦକ୍ଷିଣ ଆଫ୍ରିକା ଦଳରେ କାଗିସୋ ରାବାଡା, ଜୁନିୟର ଡାଲା ଭଳି ପେସ୍ ବୋଲର ଅଛନ୍ତି ଯେଉଁମାନେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇପାରିବେ। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତ ତାର ପ୍ରମୁଖ ପେସ୍ ବୋଲର ଜଶପ୍ରୀତ ବୁମରା, ମହମ୍ମଦ ସାମି ଓ ଭୁବନେଶ୍ୱର କୁମାରଙ୍କୁ ଦଳରେ ରଖିନାହିଁ।

Comment