ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ହକି ଓଡ଼ିଶା ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ୍ ଠାରେ ଶନିବାରଠୁ ଆରମ୍ଭ ହୋଇଛି ‘ନାଲକୋ କପ୍‌’ରାଜ୍ୟ ହକି ଚାମ୍ପିଅନ୍‌ସିପ୍‌। ଏଥିରେ ୨୨ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି। ପ୍ରାୟ ୪ଶହରୁ ଅଧିକ ଖେଳାଳି ଭାଗ ନେଇଛନ୍ତି।

ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଡକ୍ଟର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ପୂର୍ବତନ ବିଚାରପତି ଜଷ୍ଟିସ୍ ଏ.ଏସ୍.ନାଇଡୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ନାଲ୍‌କୋର ଡାଇରେକ୍ଟର (ଫାଇନାନ୍ସ) ଶ୍ରୀଧର ପାତ୍ର, ଟୁର୍ଣ୍ଣାମେଣ୍ଟ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଆଶୀର୍ବାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ହକି ଓଡ଼ିଶା ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶନିବାର ୪ଟି ମ୍ୟାଚ ଖେଳାଯିବାର ଥିବା ବେଳେ ଜଗତସିଂହପୁର ବନାମ ନାଲକୋ ମ୍ୟାଚ ୱାକ୍ଓଭର ଯାଇଥିଲା। ଜଗତସିଂହପୁର ଟିମ୍‌ ଅନୁପସ୍ଥିତ ରହିଥିଲା। ପରବର୍ତ୍ତୀ ମ୍ୟାଚରେ ଝାରସୁଗୁଡା ୨-୧ ଗୋଲରେ କିଟକୁ କନ୍ଧମାଳ ୬-୦ ଗୋଲରେ ଅନୁଗୁଳକୁ ଏବଂ ପାରାଦୀପ ପୋର୍ଟ ଟ୍ରଷ୍ଟ ୫-୧ ଗୋଲରେ ସିଆର୍‌ପିଏଫକୁ ପରାସ୍ତ କରିଥିଲା।

Comment