ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଥିବାବେଳେ ମହିଳାଙ୍କୁ ମିଳିବ ପେନସନ୍। ବାର୍ଷିକ ୪୦ହଜାରରୁ କମ୍ ଆୟ ଥିବା ମହିଳାମାନଙ୍କର ଯଦି ଛାଡ଼ପତ୍ର ମାମଲା ଚାଲିଥିବ ତେବେ ସେମାନଙ୍କୁ ପେନସନ୍ ଟଙ୍କା ମିଳିବ।

ଶନିବାର ଏନେଇ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ମଧୁବାବୁ ପେନସନ୍ ଯୋଜନାରେ ଏହି ମହିଳାଙ୍କୁ ସାମିଲ କରାଯିବ ବୋଲି ସେ କହିଛନ୍ତି।

ଏଥିପାଇଁ ସେହି ମହିଳାଙ୍କୁ ଛାଡ଼ପତ୍ର ମାମଲା ସଂପର୍କିତ କାଗଜପତ୍ରଗୁଡ଼ିକ ଦେଖେଇବାକୁ ପଡ଼ିବ। ବର୍ତ୍ତମାନ ଏନେଇ ମନ୍ତ୍ରୀମଣ୍ଡଳରେ ପ୍ରସ୍ତାବ ରଖାଯାଇଛି। ବିଚାର ବିମର୍ଶପରେ ଏନେଇ ବିଧିବଦ୍ଧ ନିଷ୍ପତ୍ତି କରାଯାଇ ଘୋଷଣା କରାଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ଏଥିସହ ରାଜ୍ୟରେ ଏବେ ଏହିଭଳି କେତେ ମହିଳା ଅଛନ୍ତି ସେନେଇ ମଧ୍ୟ ଆକଳନ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ।

Comment