ଓଡ଼ିଶାଲାଇଭ ବ୍ୟୁରୋ

କିଟ୍ ବିଶ୍ୱବିଦ୍ୟାଳୟର କିଟ୍ ସ୍କୁଲ ଅଫ୍ ରୁରାଲ ମ୍ୟାନେଜମେଣ୍ଟ(କେଏସ୍ଓଏମ୍) ପକ୍ଷରୁ ଶନିବାର ଦଶମ ମାର୍କଟେଙ୍ଗ୍ କନକ୍ଲେଭ୍ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେଏସ୍ଓଏମର ନିର୍ଦ୍ଦେଶକ ପ୍ରଫେସର ଅନିଲ୍ ଭାଜପେୟୀ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ।

ଏହି ଅବସରରେ “ମ୍ୟାପିଙ୍ଗ୍ କଷ୍ଟମର୍ ଡିଏନ୍ ଏ”, “ମାର୍କେଟିଙ୍ଗ୍ ଏନାଲେଟିକ୍ସ୍ ଓ୍ଵିଲ୍ ମାର୍କଟେର୍ସ ଓ୍ଵିଥ ମସିନ୍” ଏବଂ “ଇଜ୍ କ୍ୟାନ୍ ଭେନ୍ସନାଲ୍ ମାର୍କଟେଇଙ୍ଗ୍ ଗେଟିଙ୍ଗ୍ ଡିସ୍ ଟ୍ରକ୍ଟେଡ?” ଏହି ତିନୋଟି ପ୍ରମୁଖ ବିଷୟକୁ ନେଇ ଆଲୋଚନା କରାଯାଇଥିଲା।

କେଏସ୍ଓଏମର ନିର୍ଦ୍ଦେଶକ ପ୍ରଫେସର ଅନିଲ୍ ବାଜପେୟୀ କହିଛନ୍ତି ଯେ, “ବର୍ତ୍ତମାନର ପରିସ୍ଥିତରେ ମାର୍କେଟିଙ୍ଗ୍ ର ବିଭିନ୍ନ ଦିଗକୁ ସଠିକ୍ ଭାବେ ଜାଣିବାର ଆବଶ୍ୟକତା ରହିଛି। ଯାହା ଛାତ୍ରଛାତ୍ରୀମାନଙ୍କର ଏକ ଭଲ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ।” ଆଉ ମଧ୍ୟ ସେ କହିଛନ୍ତି ଯେ, “ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମାର୍କଟେିଙ୍ଗ୍ ବିଷୟରେ ବିଭିନ୍ନ କଥା ଆଲୋଚନା କରି ଜାଣିବା ଉଚିତ। ଗୁରୁତ୍ଵ ଏବଂ ଦାୟିତ୍ୱ କ’ଣ ହେବା ଦରକାର ତାହା ବିଷୟରେ ସେମାନେ ଅବଗତ ହେବା ଉଚିତ୍। ”

ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରତିଷ୍ଠିତ କମ୍ପାନିଗୁଡ଼ିକର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଯେଉଁମାନଙ୍କ ସହ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ସିଧାସଳଖ ଆଲୋଚନା କରିବାକୁ ସୁଯୋଗ ପାଇପାରିଥିଲେ।

Comment