ଓଡ଼ିଶାଲାଇଭ ବ୍ୟୁରୋ

ଆକ୍ସନ ମୋଡ଼ରେ ଗଞ୍ଜାମ ପୋଲିସ। ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଦୁଇ ଦୁଇଟି ଏନକାଉଣ୍ଟର ହୋଇଛି। ଆଜି ଭୋର ୩ଟା ୩୦ ମିନିଟରେ ଗଞ୍ଜାମ ଜିଲ୍ଲା ପାଲୁର କୃଷ୍ମପ୍ରସାଦ ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଅପରାଧି ପ୍ରମୋଦ ବାରିକ ଆହତ ହୋଇଛି। ତାକୁ ମେକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୀର୍ଘଦିନ ହେବ ପୋଲିସ ଟାର୍ଗେଟରେ ଥିଲା ପ୍ରମୋଦ। ଏକ ମାମଲାରେ ପୋଲିସ ତାକୁ ଗିରଫ କରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ତେବେ ପୋଲିସର ପାଲଟା ଆକ୍ରମଣରେ ତା’ର ଡାହଣ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ପ୍ରଥମେ ଗଞ୍ଜାମ ମେଡିକାଲ ଓ ପରେ ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ପ୍ରମୋଦ ପାଖରୁ ଏକ ମାଉଜର, ବାଇକ ଓ ଗୁଳି ଜବତ କରାଯାଇଛି। ତା ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଛି।

ତେବେ ଗତକାଲି ଗଞ୍ଜାମ ଜୟଶ୍ରୀ କେମିକାଲ ରାସ୍ତାରେ ପୁଲିସ ଏନକାଉଣ୍ଟରରେ ଅପରାଧୀ ସୁଶାନ୍ତ ବେହେରା ଓରଫ କୋକୋ ଆହତ ହୋଇଥିଲା। ତା ବାମ ଗୋଡ଼ରେ ଗୁଳି ବାଜିଥିଲା।

Comment