ଓଡ଼ିଶାଲାଇଭ ବ୍ୟୁରୋ

ଦୁର୍ଗା ପୂଜା ଯେତେ ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି କଟକ ସହର। ଚଳିତ ବର୍ଷ ଦୁର୍ଗା ପୂଜାରେ କଟକ ପୋତାପୋଖରୀରେ ଦୁର୍ଗା ପୀଠରେ ପ୍ରଥମ ଥର ପାଇଁ ମା’ଙ୍କ ଷୋଡ଼ଶ ବେଶ ଉପଚାର କରାଯିବ। ବିଭିନ୍ନ ବେଶରେ ପୀଠରେ ମା’ ପୂଜା ପାଇବେ।

ପୂର୍ବରୁ କଟକର ବିଭିନ୍ନ ପୂଜା ମଣ୍ଡପରେ ପୀଠ ଦୁର୍ଗାଙ୍କ ଷୋଡ଼ଶ ବେଶ ହୋଇଥାଏ। ମା’ କଟକ ଚଣ୍ଡୀ, ମାଛୁଆ ବଜାର, ଚାଉଳିଆଗଞ୍ଜ, ଝାଞ୍ଜିର ମଙ୍ଗଳା, ମଙ୍ଗଳାବାଗ, ଖାନନଗର, ଚାନ୍ଦିନଚୌକ, ବାଲୁବଜାର ଆଦି ସ୍ଥାନରେ ପୀଠରେ ମା’ଙ୍କ ଷୋଡ଼ଶ ବେଶ ହୋଇଥାଏ।

ତେବେ ପୋତାପୋଖରୀରେ ପୂର୍ବ ବର୍ଷଠାରୁ ନୂତନ ଦୁର୍ଗା ଘର ହେବା ସହ ନୂଆ ଭାବେ ପୀଠରେ ମା’ ଦୁର୍ଗା ପୂଜା ପାଉଛନ୍ତି। ନୂଆ ଭାବେ ନିର୍ମିତ ହୋଇଥିବା ଏହି ଦୁର୍ଗା ଘର କଟକର ସବୁଠାରୁ ବଡ଼ ଦୁର୍ଗା ଘର।

୧୯୬୫ ମସିହାରେ ଏକ ଚାଳ ଘରେ ପ୍ରଥମେ ଏଠାରେ ହରପାର୍ବତୀ ପୂଜା ପାଇଥିଲେ। ପରବର୍ତ୍ତୀ ସମୟରେ ଛାତ ଘର କରାଯାଇଥିଲା। ପରେ ୨୦୦୬ ମସିହାରେ ଦୁର୍ଗା ପୂଜା ପାଇଥିଲେ। ମା’ଙ୍କୁ ବିଭିନ୍ନ ଚାନ୍ଦି ଅଳଙ୍କାରରେ ସୁସଜ୍ଜିତ କରାଯାଇଥାଏ।

Comment