ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଗା ପୂଜା ଛୁଟି ପରେ ଏକାଦଶ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିବା ପାଇଁ ଯାଉଛି। ଏଥିପାଇଁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି। ସ୍କୁଲ ଖୋଲିବା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ କିପରି ଗୁରୁତ୍ୱ ଦିଆଯିବ ତା ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନଜର ଦେଇଛି।

‘‘ପିଲାମାନେ ବହୁତ ଦିନ ଧରି କ୍ୟାମ୍ପସ ବାହାରେ ଥିଲେ। ଏଣୁ ସ୍କୁଲ ଯିବା ପାଇଁ ପିଲାମାନଙ୍କ ଭିତରେ ପ୍ରବଳ ଆଗ୍ରହ ଅଛି। କିନ୍ତୁ କରୋନା ଯେହେତୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଯାଇ ନାହିଁ ଏଥିପାଇଁ
ଗଣଶିକ୍ଷା ବିଭାଗ ସ୍ୱାସ୍ଥ୍ୟ ବିଭାଗ ସହ ନିୟମିତ ଯୋଗାଯୋଗାରେ ରହିବ। ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷକ ମାନଙ୍କ ଟିକାକରଣ ହୋଇଛି କି ନା ତା’ ଦେଖାଯିବ। ପିଲାମାନଙ୍କୁ ମଧ୍ୟ ମନିଟରିଂ କରାଯିବ’’, କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଅକ୍ଟୋବର ୨୧ରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲିବ। ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଏକାଦଶ ଶ୍ରେଣୀ, ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଚାଲିବ। ସ୍କୁଲ ଖୋଲିଲେ ମଧ୍ୟ ଅନଲାଇନ୍‌ରେ କ୍ଲାସ ହେବ। ଅଭିଭାବକଙ୍କ ସହ କଥା ହୋଇ ପିଲା ସ୍କୁଲକୁ ଆସି କ୍ଲାସ କରିପାରିବେ।

କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିବା ପରେ ଆଉ ଅଧିକ ସମୟ ପିଲାଙ୍କୁ ଘରେ ନ ରଖିବା ପାଇଁ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

Comment