ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ହେଲା ପୋଲିସକୁ ଚକମା ଦେଇ ଫେରାର ଥିବା ପିଏଲଏଫଆଇ ଏରିଆ କମାଣ୍ଡର ମହେନ୍ଦ୍ର ଚିମ୍ପିଆ ଶେଷରେ ଗିରଫ ହୋଇଛି। ବିଶ୍ରା ଥାନା ପୋଲିସ ଏକ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ସୀମାନ୍ତ ଦରେଇକେଲା ନିକଟରୁ ତାକୁ ଧରିବାରେ ସଫଳ ହୋଇଛି। ତା’ ନିକଟରୁ ଏକ ମାଉଜର ପିସ୍ତଲ ଓ ୨ ଟି ମାଗାଜିନ ମଧ୍ୟ ଜବତ କରିଛି ପୋଲିସ।

୨୦୧୨ ମସିହାରୁ ଏରିଆ କମାଣ୍ଡର ଭାବେ ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ପିଏଲଏଫଆଇ ଜୋନାଲ କମାଣ୍ଡର ଦିନେଶ ଗୋପ ଅଧୀନରେ ରହି ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତବର୍ତ୍ତି ଅଞ୍ଚଳ ବିଶ୍ରା, ନୂଆଗାଁ, ହାତିବାରୀ, ରାଏଚୋଗା ଓ ତଲସରା ଅଞ୍ଚଳରେ ନିୟମିତ ବ୍ୟବଧାନରେ ଅପରାଧ ଘଟାଇ ଆସୁଥିଲା ମହେନ୍ଦ୍ର। ତା’ ନାଁ ରେ ବିଶ୍ରା ଥାନାରେ ୬ଟି ଓ ତଲସରା ଥାନାରେ ଗୋଟିଏ ସଙ୍ଗୀନ ମାମଲା ଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଜି।

Comment