ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ନିଲାମ ହେବ ୪୦ଟି ଖଣି। ଏନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ପୂର୍ବରୁ ୭ଟି ଖଣି ନିଲାମ ସରିଛି। ସମୁଦାୟ ୪୭ଟି ଖଣି ନିଲାମ ହେବ ବୋଲି ସୂଚନା ମିଳିଛି।

ଏନେଇ ମନ୍ତ୍ରୀ କହିଛନ୍ତି,”ରାଜ୍ୟରେ ମୋଟ ୪୭ଟି ଖଣି ନିଲାମ ହେବ। ମାର୍ଚ୍ଚ ୨୦୨୦ ସୁଦ୍ଧା ୨୪ଟି ଖଣିର ଅବଧି ସରିବ। ତେବେ ଅବଧି ଶେଷ ହେଲେ ମଧ୍ୟ କଞ୍ଚାମାଲର ଅଭାବ ରହିବ ନାହିଁ।”

ଗତ ଦୁଇ ବର୍ଷ ମଧ୍ୟରେ ଖଣି ରାଜସ୍ଵରେ ବୃଦ୍ଧି ହୋଇଛି। ତେବେ ଅବଧି ଶେଷ ହେବାକୁ ଥିବା ୨୪ଟି ଖଣିକୁ ପୁନର୍ବାର ନିଲାମ କରାଯିବ। ଏହାସହ ୧୬ ଖଣି ନୂଆ କରି ନିଲାମ କରାଯିବ।

Comment