ଓଡ଼ିଶାଲାଇଭ୍ ବ୍ୟୁରୋ

ରଙ୍ଗମାଟିଆ ଦୀପକ ବେହେରା ହତ୍ୟା ଘଟଣାରେ ମଞ୍ଚେଶ୍ୱର ଥାନା ପୋଲିସକୁ ସଫଳତା ମିଳିଛି।

ଭୁବନେଶ୍ୱର ରଙ୍ଗମାଟିଆ ଦୀପକ ବେହେରା ହତ୍ୟା ଘଟଣାରେ ମଞ୍ଚେଶ୍ୱର ପୋଲିସକୁ ୬ ଦିନ ପରେ ସଫଳତା ମିଳିଛି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ପ୍ରମୋଦ ପରିଡ଼ାକୁ ମଞ୍ଚେଶ୍ୱର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରମୋଦ ପରିଡ଼ା ବ୍ରହ୍ମପୁରରେ ଆତ୍ମଗୋପନ କରିଥିଲା। ବିଶେଷ ସୁତ୍ରରୁ ଏନେଇ ପୋଲିସକୁ ଖବର ମିଳିଥିଲା। ମଞ୍ଚେଶ୍ୱର ଥାନା ପୋଲିସର ଗୋଟେ ଟିମ୍‌ ସେଠାରେ ଚଢ଼ାଉ କରି ମାଷ୍ଟରମାଇଣ୍ଡକୁ ଗିରଫ କରିଥିଲା।

ପୋଲିସ ପ୍ରମୋଦକୁ ପଚରାଉଚରା କରି ଅନ୍ୟ ଅଭିଯୁକ୍ତମାନଙ୍କ ବିଷୟରେ ତଥ୍ୟ ହାସଲ କରିଛି। ତେବେ ଖୁବ୍‌ ଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସେପ୍ଟମ୍ବର ୧୧ରେ ରଙ୍ଗମାଟିଆରେ ଗାଁରେ ଦୀପକ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ୮ ଜଣ ଦୃର୍ବୁତ୍ତ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ।

ଏହି ଘଟଣା ପରେ ଗାଁରେ ପ୍ରବଳ ଉତ୍ତେଜନା ହୋଇଥିଲା। ଯାହା ଫଳରେ ରଙ୍ଗମାଟିଆରେ ୩ ପ୍ଲାଟୁନ୍‌ ପୋଲିସ୍‌ ମୁତୟନ କରାଯାଇଛି।

Comment