ଓଡ଼ିଶାଲାଇଭ ବ୍ୟୁରୋ

ଗୁଣିଗାରେଡ଼ି ସନ୍ଦେହରେ ସୋମବାର ଜଣେ ଦମ୍ପତିଙ୍କୁ ଗାଁ ଲୋକ ପିଟିପିଟି ହତ୍ୟା କରିଥିଲେ। ତେବେ ଗାଁ ଲୋକଙ୍କ ଭୟରେ ମୃତ ଦମ୍ପତିଙ୍କ ଶବ ସତ୍କାର କରିବାକୁ ଆସୁନି ପୁଅ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିକଟସ୍ଥ ଟିଟକମାଲ ଗାଁରେ।

ସୋମବାର ଗୁଣି ଗାରେଡ଼ି ସନ୍ଦେହରେ ଟିଟକମାଲ ଗାଁର ଦୁଇ ଜଣ ଦମ୍ପତିଙ୍କୁ ଗାଁ ଲୋକ ପିଟିପିଟି ହତ୍ୟା କରିଥିଲେ। ପରେ ହତ୍ୟା କରି ପାହାଡ଼ ଉପରେ ଫୋପାଡ଼ି ଦେଇଥିଲେ।

ତେବେ ଏହି ଘଟଣା ପରେ ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଶବ ଉଦ୍ଧାର ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତିମ ସଂସ୍କର ହୋଇପାରିନାହିଁ। ଗାଁ ଲୋକଙ୍କ ଭୟରେ ମୃତ ଦମ୍ପତିଙ୍କ ପୁଅ ଭୟରେ ଗାଁକୁ ଯାଉନାହିଁ। ବର୍ତ୍ତମାନ ସୁରକ୍ଷା ପାଇଁ ଦମ୍ପତିଙ୍କ ପୁଅ ଏସିପି ଅଫିସରେ ଡେରା ପକାଇଛି।

Comment