ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ଦୀପାବଳି ଅବସରରେ ୫ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଙ୍ଗଲରେ ରହନ୍ତି। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ନିଜର ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏହି ଖୁଲାସା କରିଥିଲେ। ମୋଦୀଙ୍କର ଏହି ଖୁଲାସା ପରେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଥିଲା।

ଫେସବୁକ୍ ପେଜ୍ ‘ଦି ହ୍ୟୁମାନ୍‌ସ ଅଫ ବମ୍ବେ’କୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, “ ମୁଁ ପ୍ରତିବର୍ଷ ୫ ଦିନ ପାଇଁ ମୁଁ ଜଙ୍ଗଲକୁ ଚାଲିଯାଏ। ଏମିତି ଏକ ନିର୍ଜନ ସ୍ଥାନ ଯେଉଁଠି କେବଳ ଶୁଦ୍ଧ ପାଣି ଥାଏ।’’

ତେବେ ଆତ୍ମଚିନ୍ତନ ପାଇଁ ସେ ୫ ଦିନ ଜଙ୍ଗଲରେ କାଟୁଥିଲେ ବୋଲି କହିଥିଲେ। ମୋଦୀ ଅନ୍ୟମାନଙ୍କୁ ବି ନିଜ ବ୍ୟତିବ୍ୟସ୍ତ ଜୀବନରୁ ସମୟ ବାହାର କରି ନିଜକୁ କିଛି ସମୟ ଦେବାକୁ କହିଥିଲେ। ଏମିତି କରିବା ଦ୍ୱାରା ଚିନ୍ତାଧାରା ବଦଳି ଥାଏ ଓ ନିଜକୁ ବୁଝି ହୁଏ ବୋଲି ସେ କହିଥିଲେ।

ଫେସବୁକ ପେଜକୁ ସାକ୍ଷାତକାର ଦେଇଥିବା ମୋଦି ଆହୁରି କହିଛନ୍ତି ସେ କିଭଳି ଆରଏସଏସ ପ୍ରତି ଆକୃଷ୍ଟ ହୋଇଥିଲେ ଓ ମାତ୍ର ୧୭ ବର୍ଷ ବୟସରେ ହିମାଳୟ ଯାଇଥିଲେ।

‘‘ହିମାଳୟରେ ଦୁଇବର୍ଷ କାଟିବା ପରେ ଅନ୍ୟ ଲୋକଙ୍କ ସେବା କରିବାକୁ ଚାହୁଁଥିଲି। ଅହମ୍ମଦାବାଦ ଭଳି ବଡ଼ ସହରକୁ ପ୍ରଥମ ଥର ପାଇଁ ଆସିବା ପରେ ମୋ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ମୁଁ ମୋ ଦାଦାଙ୍କ କ୍ୟାଣ୍ଟିନରେ ତାଙ୍କୁ ସାହାଯ୍ୟ କରୁଥିଲି। ପରେ ପରେ ଆରଏସଏସରେ ଯୋଗ ଦେଇଥିଲି। ଆରଏସଏସରେ ଥିବାବେଳେ ବହୁତ ଲୋକଙ୍କ ସହ ବାର୍ତ୍ତାଳାପ କରିବାର ସୁଯୋଗ ପାଇଥିଲି। ଆରଏସଏସ ଅଫିସରେ ସେ ଜଳଖିଆ ପ୍ରସ୍ତୁତ କରିବା ସହିତ ବିଭିନ୍ନ କାମ କରୁଥିଲି’’,  କହିଥିଲେ ମୋଦୀ।

ସେହି ସମୟରେ ସଫେଇ, ଚା’ କରିବା ଏବଂ ବାସନ ମାଜିବା ଭଳି କାମ କରିଥିଲେ ମୋଦୀ।

Comment