ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ଵିତୀୟ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପଞ୍ଜାବର ମୋହାଲିରେ ଖେଳାଯିବ। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଧର୍ମଶାଳାରେ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା। ତେବେ ସିରିଜରେ ଆଉ ଦୁଇଟି ମ୍ୟାଚ ରହିଥିବା ବେଳେ ଭାରତ ଦୁଇଟି ଜିତି ସିରିଜ ଅକ୍ତିଆର କରିବା ଲକ୍ଷ୍ୟରେ ରହିବ।

ଦଳରେ ରୋହିତ ଶର୍ମା ଓ ଶିଖର ଧଓ୍ଵନ ଖେଳୁଥିବାରୁ ଦମଦାର ଓପନିଂରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ମିଡିଲ୍‌ ଅର୍ଡରରେ ଅଧିନାୟକ ବିରାଟ କୋହଲି, ଶ୍ରେୟସ୍ ଆୟର, ରିଷଭ ପନ୍ଥ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂର ଭାର ସମ୍ଭାଳିବେ। ଏଥିସହ ପେସ୍ ବୋଲିଂ ବିଭାଗରେ ଦଳର ଦାୟିତ୍ୱ ନେବେ ଦୀପକ୍ ଚହର,ଖଲୀଲ ଅହମ୍ମଦ ଓ ନବଦୀପ ସାଇନି।

ସେହିପରି ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ମଧ୍ୟ ଏକ ଦୃଢ଼ ଶକ୍ତିଶାଳୀ ଦଳ ସହ ପଡ଼ିଆକୁ ଓହ୍ଲାଇବ। ଅଧିନାୟକ ଡି କକ୍ ଙ୍କ ସହ ଦଳର ବ୍ୟାଟିଂ ଭାର ସମ୍ଭାଳିବେ ଡେଭିଡ୍ ମିଲର ଓ ତେମ୍ବା ବାମ୍ବୁମା। ଅନ୍ୟପଟେ ଅଲରାଉଣ୍ଡର ଭାବରେ ଦଳରେ ସ୍ଥାନ ପାଇପାରନ୍ତି ଜର୍ଜ ଲିଣ୍ଡେ ଓ ଏଡ୍ରିଲ ଫେଲୁକବାୟୋ। ବୋଲିଂ ବିଭାଗରେ ଦୃତ ବୋଲର କାଗିସୋ ରାବାଡ଼ା, ବ୍ୟୁରେନ୍ ହେନଡ୍ରିକ୍ସ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ।

Comment