ଓଡ଼ିଶାଲାଇଭ ବ୍ୟୁରୋ

ଖୁବ ଶୀଘ୍ର ଜେଲରେ ବାଜିବ ରେଡ଼ିଓ। କଏଦୀ ହେବେ ରେଡ଼ିଓ ଜକି। ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ କଟକ ଚୌଦ୍ଵାର ଜେଲ ଓ ଭୁବନେଶ୍ଵର ଝାରପଡ଼ା ଜେଲରେ ଏହା କାର୍ଯ୍ୟକ୍ଷମ କରାଯିବ।

ଜେଲରେ କଏଦୀମାନଙ୍କ ମନୋଭାବ ପରିବର୍ତ୍ତନ କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି। ସେମାନେ ରେଡ଼ିଓ ମାଧ୍ୟମରେ ନିଜ ମନକଥା ଲୋକମାନଙ୍କୁ ଶୁଣାଇ ପାରିବେ। ଏଥିରେ ଗୀତ ମଧ୍ୟ ଗାଇ ପାରିବେ। ତେବେ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ ତାଙ୍କ ନୈରାଶ୍ୟ ଜନକ ଜୀବନରେ ଖୁସି ଆଣିବାକୁ ଚେଷ୍ଟା କରିବ।

ପୂର୍ବରୁ ଏପରି ଆମେ ଫିଲ୍ମରେ ଦେଖିଥିବା। ଯେମତି ସଞ୍ଜୁ ଫିଲ୍ମରେ ସଞ୍ଜୟ ଦତ୍ତ ଜେଲରେ ରେଡିଓ ମାଧ୍ୟମରେ ନିଜ ମନ କଥା କହୁଥିଲେ।

Comment